ବଲାଙ୍ଗିର ,ବଲାଙ୍ଗୀରରେ ନିର୍ବାଚନୀ ସରଗରମର ଆଭାସ ଜଳ ଜଳ ବାରି ହେଲାଣି ।ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନେତା ମାନେ ବିଭିନ୍ନ ଆଳରେ ଲୋକଙ୍କ ନିକଟବର୍ତ୍ତୀ ହେଉଛନ୍ତି ।ବିଗତ ନିର୍ବାଚନ ରେ ଯେଉଁ ନେତା ମାନେ ତାଙ୍କର ସ୍ଥିତି ଜାହିର କରି ପାରିଲେନି ସେମାନେ ବଲାଙ୍ଗୀରରୁ ଛତ୍ରଭଙ୍ଗ ଦେଇ ବନବାସରେ ରହିଗଲେ । ଚାରି ବର୍ଷ କାଳ ଅଜ୍ଞାତ ବନବାସରେ ଥିବା ରାଜନେତା ଏବେ କିଛି ମାସ ହେବ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପୂର୍ବକ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ହେବାରେ ଲାଗିଥିବା ଦେଖିବାକୁ ମିଳୁଛି ।ବିଭିନ୍ନ ସଭା ସମିତି ସହ ବିଭିନ୍ନ ସଂସ୍ଥାରେ ପ୍ରତିପତ୍ତି ବିସ୍ତାର କରିଥିବା ଲୋକ ତଥା ଅନୁଷ୍ଠାନ ସହ ଜଡ଼ିତ ହୋଇ ସେମାନଙ୍କୁ ଆପ୍ୟାୟିତ କରିବାକୁ ଲାଗି ପଡିଲେଣି ।ନେତା ଜାଣିଛନ୍ତି ବଲାଙ୍ଗୀର ସହରରେ ଭାତୁଆ ଙ୍କ କମି ନାହିଁ । ଭାତ,ମାଂସ ଦେଇ ବିଭିନ୍ନ ସଂସ୍ଥା ତଥା କିଛି ଲୋକଙ୍କ ମୁଁହ ବନ୍ଦ କରିବାର ଚେଷ୍ଟା ଚାଲିଥିବା ବେଶ ଚର୍ଚ୍ଚା ଜୋର ଧରିଛି । ଜିଲ୍ଲାର ଉନ୍ନତି ତଥା ଲୋକଙ୍କ ଉନ୍ନତି ସକାଶେ ସ୍ୱର ଉତ୍ତୋଳନ କରିବା ପରିବର୍ତ୍ତେ ନେତାଙ୍କ ଖାଦ୍ୟ ଏବଂ ଭୋଗ ରେ ଆପ୍ୟାୟିତ ହୋଇ ନେତା ମାନେ ପୂର୍ବରୁ କରିଥିବା ଭୁଲ କୁ ଭୁଲି ତାଙ୍କ ହାତ ବାରିଶି ହେଉଥିବା ଚର୍ଚ୍ଚା ହେଉଛି ।ନେତା ଜିତିଲେ ଲୋକଙ୍କର , ହାରିଲେ କିଏ କାହାର ।ନିର୍ବାଚନ ପାଖେଇ ଆସୁଥିବା ବେଳେ ନେତା ଲୋକଙ୍କୁ ମନ ମତାଣୀଆ କଥା କହି ଭୋଟ ହାତେଇବା ପାଇଁ ନିକଟବର୍ତ୍ତୀ ହେଉଛନ୍ତି ।ବିଗତ ଚାରି ବର୍ଷ ଅନ୍ତର୍ଦ୍ଧାନ ହୋଇଥିବା ବେଳେ ଲୋକଙ୍କୁ ଜବାବ ଦେବାପାଇଁ ତାଙ୍କ ପାଖରେ କୌଣସି ମୁଦ୍ଦା ନ ଥିବା ପରିଲକ୍ଷିତ ହେଉଛି ।ଲୋକଙ୍କ ନିକଟବର୍ତ୍ତୀ ହେବା ପାଇଁ ବିଭିନ୍ନ ମନ୍ଦିର ର ଭୋଗ ଦେଇ ନିଜର ସ୍ଥିତି ଜାହିର କରିବା ରେ ଲାଗି ପଡିଛନ୍ତି ।କରୋନା ବେଳେ ନିଜ ଅଞ୍ଚଳର ଲୋକଙ୍କ ସ୍ୱାସ୍ଥ୍ୟ ନିରାପଦ ପାଇଁ କେଉଁ ଭଗବାନ ଙ୍କ ଭୋଗ ଦେଇଥିଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।ଭୋଟ ସାଉଁଟିବା ର ନୂଆ ଅଭିନବ ପ୍ରୟାସ ନେତାଙ୍କ ସପକ୍ଷରେ ଯିବ ନା ବିପକ୍ଷରେ ଯିବ ସମୟ କହିବ ।ଏବେ ଆଉ ଅନେକ ତଥ୍ୟ ଲୋକଲୋଚନକୁ ଆସି ସାରିଲାଣି ।ନେତା ଙ୍କ ମାଙ୍କଡ ଡିଆଁ ଆରମ୍ଭ ହୋଇଗଲାଣି ।ଅସନ୍ତୁଷ୍ଟ ନେତା ଭାଳେଣି କରି ଏ ଦଳ ସେ ଦଳ କୁ ଡିଆଁ ଡିଇଁ କରୁଥିବା ଦେଖିବାକୁ ମିଳୁଛି ।ଆଗକୁ ନିର୍ବାଚନ ବିଗୁଲ ବଜାଇ ପାଖକୁ ଆସୁଛି ।ନେତାଙ୍କ ହାର୍ଟ ବିଟ୍ ବଢ଼ିବାରେ ଲାଗିଛି ।ଜିତିଲେ ତୁମର ।ନ ଜିତିଲେ କିଏ କାହାର ।ତେବେ ଦେଖାଯାଉ ନିର୍ବାଚନ କାହାପାଇଁ ପୁଷ ମାସ ତ ଆଉ କାହା ପାଇଁ …….ନାଶ ।
Related Stories
December 22, 2024