ଭୁବନେଶ୍ୱର, ପୂର୍ବତନ ବିଧାୟକ, ଯୁବନେତା, କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ସ୍ୱର୍ଗତ ଲଲଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୬୦ତମ ଜନ୍ମଜୟନ୍ତୀ କାର୍ଯ୍ୟକ୍ରମ ବୁଧବାର ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଭୁବେନେଶ୍ୱର ୟୁନିଟ୍-୯ ସ୍ଥିତ ରୋଟାରି କ୍ଲବ ଠାରେ ପାଳିତ ହୋଇଥିଲା । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ମୃତି କମିଟିର ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଭୁବନେଶ୍ୱରର ବିଭିନ୍ନ ସ୍କୁଲର ପ୍ରାୟ ୩୦୦ ଛାତ୍ରଛାତ୍ରୀଙ୍କୁ ମିଷ୍ଠାନ୍ନ ବଂଟନ କରାଯାଇଥିଲା । ପ୍ରାରମ୍ଭରେ ଜୟନ୍ତୀ କମିଟିର ସଭାପତି ଲୁଲୁ ଭାଇଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଛାତ୍ର ସମାଜ ଆଗେଇ ଯିବାପାଇଁ ସେ ଆହ୍ୱାନ ଦେଇଥିଲେ । ନଜିବୁର ରହମନ ଖାନ ଲୁଲୁ ମହାପାତ୍ର କେବଳ ଓଡ଼ିଶାର ନେତା ନଥିଲେ ସେ ସାରା ଭାରତ ବର୍ଷର ଜନମାନସର ନେତା ବୋଲି କହିଥିଲେ । ରଶ୍ମିରଞ୍ଜନ ପଟ୍ଟନାୟକ ତାଙ୍କ ଛାତ୍ରଜୀବନ କାଳରେ ଛାତ୍ର ସଂଗଠନ ଦାୟୀତ୍ୱ ନେଇ ଛାତ୍ର ସମାଜକୁ ଆଗେଇ ନେବାରେ ତାଙ୍କର ବଳିଷ୍ଠ ନେତୃତ୍ୱ ଏବେବି ମନେପଡ଼ୁଛି । ରାଜୀବ ପଟ୍ଟନାୟକ କହିଥିଲେ ଯେ ଲୁଲୁ ମହାପାତ୍ର ମରିନାହାନ୍ତି ଅମର ହୋଇ ଛାତ୍ର ଯୁବ ସମାଜର ହୃଦୟରେ ସ୍ଥାନ ନେଇଛନ୍ତି । ଗିରିଜା ଶଙ୍କର ଦାଶ ଲୁଲୁ ମହାପାତ୍ର ଓଡ଼ିଶାର ଏକ ସିଂହ ଥିଲେ ବୋଲି କଥିଲେ । ମନୋଜ ସାହୁ ଧନ୍ୟବାଦ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ପ୍ରକାଶ ଜେନା, ମିତ୍ରଭାନୁ ମହାପାତ୍ର, ପ୍ରଫୁଲ୍ଲ ସୁନାନୀ, ଲୋକନାଥ ମହାରଥି, ପ୍ରଦୀପ୍ତ ଦାସ, ଦେବୀ ବିଶୋଇ, ହେମନ୍ତ ବିଶ୍ୱାଳ, ଏସକେ ମୁସ୍ତାଫା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ କମିଟିର ସାଧାରଣ ସଂପାଦକ ଦୀପକ କୁମାର ସାହୁ ପରିଚାଳନା କରିଥିଲେ ।