ମଥୁରା,ସାଧ୍ୱୀ ଋତଂଭରାଙ୍କ ବାତ୍ସଲ୍ୟ ଗ୍ରାମ ପରିସରରେ ସମବିଦ ଗୁରୁକୂଳମ ବାଳିକା ସୈନ୍ୟ ବିଦ୍ୟାଳୟ ସୋମବାର ଦ୍ୱିପ୍ରହରରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଦଘାଟନ କରିଛନ୍ତି । ସାଧ୍ୱୀ ଋତମ୍ଭରାଙ୍କ 60ତମ ଜନ୍ମଦିନରେ ଆୟୋଜିତ ଷଷ୍ଠ ମହୋତ୍ସବରେ ଭାଗ ନେଇଥିଲେ । ଏହା ବ୍ୟତୀତ ଯୋଗ ଗୁରୁ ବାବା ରାମଦେବ ସ୍ୱାମୀ ପରମାନନ୍ଦ ପ୍ରାକୃତିକ ଚିକିତ୍ସାଳୟର ଲୋକାର୍ପଣ କରିଥିଲେ ।
ବାତ୍ସଲ୍ୟ ଗ୍ରାମରେ ଆରମ୍ଭ ହୋଇଥିବା ଏହି ସ୍କୁଲରେ 120ଟି ସିଟ୍ ରହିଛି । ପ୍ରବେଶ ପାଇଁ ଜାତୀୟ ଟେଷ୍ଟିଂ ଏଜେନ୍ସି ପରୀକ୍ଷା କରିଥାଏ । ଆଗାମୀ ଜାନୁୟାରୀ 21ରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ସଫଳ ପରୀକ୍ଷାର୍ଥୀର ଇ-କାଉନସିଲିଂ କରାଯାଇ ମେରିଟ ଲିଷ୍ଟ ପ୍ରସ୍ତୁତ କରାଯିବ । ଏପ୍ରିଲରୁ ସ୍କୁଲ ଆରମ୍ଭ ହେବ । ବାଳିକାମାନଙ୍କର ତିନୋଟି ବ୍ୟାଚ କରାଯିବ । ସିବିଏସଇ ଶିକ୍ଷା ସହିତ ସୈନ୍ୟ ଶିକ୍ଷା, ଖେଳକୁଦ, ବାଧା ପ୍ରଶିକ୍ଷଣ ପୂର୍ବତନ ସୈନିକ କିମ୍ବା ଏନସିସି ଦ୍ୱାରା କରାଯିବ ।