ଭୁବନେଶ୍ୱର, ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଙ୍କ ଅଧ୍ୟକ୍ଷତାରେ ‘ସଂଯୁକ୍ତ ମୋର୍ଚ୍ଚା ବୈଠକ’ରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଶ୍ରୀ ସାମଲ ସଂଯୁକ୍ତ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନଙ୍କୁ ଆଗାମୀ ଦିନର ସ୍ପଷ୍ଟ ରାଜନୈତିକ ରଣନୀତି ନେଇ ଗୁରୁମନ୍ତ୍ର ଦେବା ସହ ଦଳର ସଂଗଠନକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବାକୁ ଆହ୍ଵାନ ଦେଇଛନ୍ତି ।ଏହି ବୈଠକରେ ସହପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମର ସାଧାରଣ ସମ୍ପାଦକ ଶ୍ରୀ ସୀମାଞ୍ଚଳ ଖଟେଇ, ଶ୍ରୀ ସାରଦା ପ୍ରସାଦ ଶତପଥୀ, ସଂଗଠନ ସମ୍ପାଦକ ଶ୍ରୀ ମାନସ କୁମାର ମହାନ୍ତି ଏବଂ ଦଳର ବରିଷ୍ଠ ନେତୃବୃନ୍ଦ ଯୋଗଦେଇଛନ୍ତି ।