ନୂଆଦିଲ୍ଲୀ, ଏଆଇ ଟୁଲକୁ ଶକ୍ତିଶାଳୀ ସହ ତ୍ରୁଟିଶୂନ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଯେ, ‘କିଛିଦିନ ତଳେ କାଶୀରେ ଏକ ପରୀକ୍ଷଣ ହୋଇଥିଲା । କାଶୀ-ତାମିଲ ସଙ୍ଗମମରେ ଭାଗ ନେବା ପାଇଁ ହଜାରହଜାର ଲୋକ ତାମିଲନାଡୁରୁ କାଶୀ ଯାଇଥିଲେ । ସେଠାରେ ମୁଁ ସେହି ଲୋକଙ୍କ ସହିତ କଥାବାର୍ତ୍ତା କରିବା ପାଇଁ କୃତ୍ରିମ ମେଧାଯୁକ୍ତ ଏଆଇ ଟୁଲ୍ ଭାଷିଣୀର ପ୍ରଥମ ଥର ପାଇଁ ସାର୍ବଜନୀନ ଉପଯୋଗ କରିଥିଲି । ମୁଁ ମଞ୍ଚରେ ହିନ୍ଦୀରେ ଉଦ୍ବୋଇଧନ ଦେଉଥିଲି, କିନ୍ତୁ ଏଆଇ ଟୁଲ୍ ଭାଷିଣୀ ଦ୍ୱାରା ସେଠାରେ ଉପସ୍ଥିତ ତାମିଲନାଡୁର ଲୋକଙ୍କୁ ମୋର ଉଦ୍ବୋଇଧନ ସେହି ସମାନ ସମୟରେ ତାମିଲ ଭାଷାରେ ଶୁଣାଯାଉଥିଲା । କାଶୀ-ତାମିଲ ସଂଗମମ୍କୁ ଆସିଥିବା ଲୋକେ ଏଭଳି ପରୀକ୍ଷଣ ଦ୍ୱାରା ବହୁତ ଉତ୍ସାହିତ ହୋଇପଡ଼ିଥିବା ଦେଖାଗଲା । ଆଉ ସେହିଦିନ ଦୂରରେ ନାହିିଁ, ଯେତେବେଳେ କୌଣସି ଗୋଟିଏ ଭାଷାରେ ଉଦ୍ବୋଡ଼ଧନ ଦେଉଥିବା ସମୟରେ ଜନତା ଯୁଗପତ୍ ସେହି ଭାଷଣକୁ ନିଜ ଭାଷାରେ ଶୁଣିପାରିବେ । ଚଳଚ୍ଚିତ୍ରରେ ମଧ୍ୟ ଏହା ହେବ, ଯେତେବେଳେ ଜନତା ସିନେମା ହଲ୍ରୋ ଏଆଇ ସାହାଯ୍ୟରେ ଯୁଗପତ୍ ଅନୁବାଦ ଶୁଣିପାରିବେ । ଆପଣ ଅନୁମାନ କରିପାରୁଥିବେ ଯେ ଯେତେବେଳେ ଏହି ପ୍ରଯୁକ୍ତି ଆମର ସ୍କୁଲ୍, ଆମର ଡାକ୍ତରଖାନା, ଆମର ଅଦାଲତରେ ବ୍ୟାପକ ଭାବେ ବ୍ୟବହାର କରାଯିବାକୁ ଲାଗିବ, ସେତେବେଳେ କେତେ ବଡ଼ ପରିବର୍ତ୍ତନ ଆସିବ। ମୁଁ ଆଜିର ଯୁବପିଢ଼ିଠାରୁ ଆଶା କରିବି ଯେ ତତ୍କାଳ ଅନୁବାଦ ସହିତ ସଂପୃକ୍ତ ଏଆଇ ଟୁଲ୍କୁି ଆହୁରି ଶକ୍ତିଶାଳୀ କରନ୍ତୁ, ତାକୁ ଶତ ପ୍ରତିଶତ ତ୍ରୁଟିଶୂନ୍ୟ କରନ୍ତୁ ।
ପରିବର୍ତ୍ତିତ ହେଉଥିବା ସମୟରେ ଆମକୁ ଆମ ଭାଷାସବୁକୁ ବଞ୍ଚାଇବାକୁ ପଡ଼ିବ ଏବଂ ସେଗୁଡ଼ିକ ସଂବର୍ଦ୍ଧନ ମଧ୍ୟ କରିବାକୁ ପଡ଼ିବ । ଏବେ ମୁଁ ଆପଣମାନଙ୍କୁ ଝାଡ଼ଖଣ୍ଡର ଏକ ଆଦିବାସୀ ଗାଁର କଥା କହିବାକୁ ଚାହୁଁଛି । ଏହି ଗ୍ରାମଟି ନିଜର ପିଲାମାନଙ୍କୁ ମାତୃଭାଷାରେ ଶିକ୍ଷାଦେବାକୁ ଗୋଟିଏ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି । ଗଢ଼ୱା ଜିଲାର ମଙ୍ଗଲୋ ଗ୍ରାମରେ ପିଲାମାନଙ୍କୁ ‘କୁଡ଼ୁଖ୍’ ଭାଷାରେ ଶିକ୍ଷା ଦିଆଯାଉଛି । ଏହି ସ୍କୁଲର ନାଁ ହେଉଛି “କାର୍ତ୍ତିକ ଉରାଓଁ ଆଦିବାସୀ କୁଡ଼ୁଖ୍ ସ୍କୁଲ” । ଏହି ସ୍କୁଲରେ ତିନିଶହ ଆଦିବାସୀ ପିଲା ପଢ଼ୁଛନ୍ତି । କୁଡ଼ୁଖ୍ ଭାଷା ଓରାଓଁ ଆଦିବାସୀ ସମ୍ପ୍ରଦାୟର ମାତୃଭାଷା ଅଟେ । କୁଡୁଖ୍ ଭାଷାର ‘ତୋଲଙ୍ଗ୍ ସିକି’ ନାମକ ନିଜସ୍ୱ ଲିପି ମଧ୍ୟ ଅଛି । ଏ ଭାଷାଟି ଧିରେ ଧିରେ ବିଲୁପ୍ତ ହେବାକୁ ଯାଉଥିଲା, ଯାହାକୁ ବଞ୍ଚାଇବା ଏହି ସମ୍ପ୍ରଦାୟର ଲୋକେ ପିଲାମାନଙ୍କୁ ନିଜ ଭାଷାରେ ପାଠ ପଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସ୍କୁଲ ଆରମ୍ଭ କରିଥିବା ଅରବିନ୍ଦ ଉରାଓଁ କହନ୍ତି ଯେ ଆଦିବାସୀ ପିଲାମାନଙ୍କୁ ଇଂରାଜୀରେ ପଢ଼ାଇବାରେ ବଡ଼ ଅସୁବିଧା ହେଉଥିଲା । ସେଥିପାଇଁ ସେ ଗାଁର ପିଲାମାନଙ୍କୁ ନିଜ ମାତୃଭାଷାରେ ପଢ଼ାଇବା ଆରମ୍ଭ କଲେ । ତାଙ୍କର ଏହି ପ୍ରୟାସର ଭଲ ପରିଣାମ ଦେଖି ଗ୍ରାମବାସୀମାନେ ମଧ୍ୟ ତାଙ୍କସହିତ ମିଶିଗଲେ । ନିଜ ଭାଷାରେ ପଢ଼ାଇବାର ଫଳସ୍ୱରୂପ ପିଲାମାନଙ୍କର ଶିକ୍ଷାଗ୍ରହଣର ଗତି ମଧ୍ୟ ବଢ଼ିଲା । ଆମ ଦେଶର ଅନେକ ପିଲା ଭାଷାଗତ ଅସୁବିଧା ଯୋଗୁଁ ମଝିରେ ପାଠ ଛାଡ଼ି ଦେଇଥାନ୍ତି । ଏଭଳି ଅସୁବିଧାଗୁଡ଼ିକୁ ଦୂର କରିବାରେ ଜାତୀୟ ଶିକ୍ଷାନୀତି ମଧ୍ୟ ସହାୟକ ହେଉଛି । ଆମର ପ୍ରୟାସ ହେଲା, ଭାଷା କୌଣସି ବି ପିଲାର ଶିକ୍ଷା ଓ ବିକାଶ କ୍ଷେତ୍ରରେ ବାଧା ନ ହେବା ଉଚିତ ।