ପୁରୀ-ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ର ମିଳିତସହଯୋଗରେ ପୁରୀ ସରକାରୀ ଆଇଟିଆଇ ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ କ୍ଷୁଦ୍ର ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି।ଉକ୍ତ ମେଳା ରେ ୨୫ ରୁ ଅଧିକ ନିଯୁକ୍ତି ଓ ତାଲିମଦାତା ସଂସ୍ଥା ଯଥା କଟକ ଆର୍ମୀ ଭର୍ତ୍ତି କାର୍ଯ୍ୟାଳୟ, ହୋଣ୍ଡା, ଡାକ୍ତର ରେଡ୍ଡି”ସ୍, ଆପାସ୍ କଂସଲଟାନସି, ଆଉ ସି ସି ଆଉ ବ୍ୟାଙ୍କ, ଶାହୀ ଏକ୍ସପୋର୍ଟ, ଗ୍ରାମ ତରଙ୍ଗ, ସ୍ବତନ୍ତ୍ର, ଲାଇଫ୍ ଲାଇଟ୍ କ୍ୟାରିଅର୍ ସଲ୍ୟୁସନ୍, ୱିନ୍ସ୍ଟନ୍ ଇଣ୍ଡିଆ, ଆରୋଗ୍ୟ ହୋମ୍ କେର୍, ହୋଲିଡେ ରିସର୍ଟ ପୁରୀ, ୟଶଶ୍ୱୀ ଏକାଡେମୀ, କ୍ରେଡିଟ୍ ଆସେସ୍ ଗ୍ରାମିନ୍ ଲିମିଟେଡ୍, ସି ଆଇ ପି ଇ ଟି ଆଦି ଯୋଗଦେଇଥିଲେ।ଚାକିରି ଅନ୍ବେଷଣ ରେ ଥିବା ୫ମ ଶ୍ରେଣୀ ପାସ୍ ଓ ତଦୁର୍ଦ୍ଦ୍ଵ ସ୍କୁଲ, କଲେଜ ( ୨ ଓ ୩), ଆଇଟିଆଇ, ଡିପ୍ଲୋମା ପାସ୍ କରିଥିବା ଏବଂ ଅଧାରୁ ପାଠ ଛାଡିଥିବା ଯୁବକ ଯୁବତୀ ଏଥିରେ ଅଂଶଗ୍ରହଣ କରିଥିଲେ। ମେଳାରେ ଡାକ୍ତର ଶରତ ମହାପାତ୍ର (ଏଡ଼ିଏମ୍), ସରୋଜ ସ୍ୱାଇଂ(ଏକ୍ସଇକୁଟିଭ ଅଫିସର ପୁରୀ ମୁନିସିପାଲିଟି), ମେଜର ହେମେନ୍ଦ୍ର ସିଂହ୍ (ଏଆର୍ଓ କଟକ), ଅରଖିତ ପ୍ରଧାନ (ଏବିଡିଓ ପୁରୀ),ଅରବିନ୍ଦ ଘୋଷ (ଅଧ୍ୟକ୍ଷ, ଆଇଟିଆଇ ପୁରୀ) ଏବଂ ସୁବାଷ ଚନ୍ଦ୍ର ବେହେରା(ପୁରୀ ଜିଲ୍ଲା ନିୟୋଜନ ଅଧିକାରୀ) ଅତିଥି ଭାବେ ଯୋଗଦେଇ ଆଶାୟୀ ପ୍ରାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ।ଛଶହ ପଚାଶ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ |
Related Stories
January 17, 2025
January 17, 2025