ବ୍ରହ୍ମପୁର : ଉପଜିଲ୍ଲାପାଳଙ୍କ ସମିଳନୀ କକ୍ଷରେ ଉପଜିଲ୍ଲାପାଳ ଶ୍ରୀ ଶିନ୍ଦେ ଦତ୍ତାତ୍ରୟ ଭାଉ ସାହେବଙ୍କ ଅଧକ୍ଷତାରେ ମତଦାତା ଯାଞ୍ଚ କାର୍ଯ୍ୟକ୍ରମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ମତଦାତା ଯାଞ୍ଚ କାର୍ଯ୍ୟକ୍ରମକୁ ଜିଲ୍ଲାସ୍ତରୀୟ ମାଷ୍ଟର ଟ୍ରେନର ଶ୍ରୀ ଶକ୍ତିପ୍ରସାଦ ଶ୍ରୀଚନ୍ଦନ ଅତି ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ଜଣେ ଦାୟିତ୍ୱବାନ ଭୋଟର ଭାବେ ଭୋଟର ତାଲିକାରେ ନିଜର ନାମର ପଞ୍ଜୀକରଣ କରିବା ସହ ତାର ସଂଶୋଧନ ମଧ୍ୟ ନିହାତି ଆବଶ୍ୟକତା ରହିଛି। ତେଣୁ ମତ ଦାତାଙ୍କ ଭୋଟର ପରିଚୟ ପତ୍ରରେ ଦର୍ଶାଯାଇଥିବା ଜନ୍ମତାରିଖ,ଲିଙ୍ଗ, ସମ୍ପର୍କୀୟ ନାମ, ଠିକଣା ଓ ଫୋଟକୁ ଯାଞ୍ଚ କରିବା ନିହାତି ଆବଶ୍ୟକ। ଏକତ୍ର ବସବାସ କରୁଥିବା ପରିବାର ସମସ୍ତ ମତଦାତାଙ୍କୁ ଏକ ପୋଲିଙ୍ଗ ବୁଥରେ ପଞ୍ଜିକରଣ କରାଯାଏ ପାରିବ। ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ସର୍ବବହୁତ ନିର୍ବାଚନ ଯାଞ୍ଚ କାର୍ଯ୍ୟକ୍ରମରେ ମତଦାତାଙ୍କ ଯୋଗଦାନକୁ ସ୍ତାନୀୟ ଭୋଟର ତାଲିକା ପଞ୍ଜିକରଣ କରିପାରିବେ। ଏହି ମତଦାତା ଯାଞ୍ଚ କାର୍ଯ୍ୟକ୍ରମ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଭୋଟର ତାଲିକାକୁ ତୁଟି ଶୂନ୍ୟ କରିବା ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ମତଦାତାମାନେ ସେମାନଙ୍କର ନିର୍ଵାଚନା ପରିଚୟ ପତ୍ରରେ ଥିବା ସମସ୍ତ ତଥ୍ୟକୁ ପ୍ରଦାନ କରି ଶତ ପ୍ରତିଶତ ଠିକ ମତଦାତା ସ୍ଵଚ ପ୍ରସ୍ତୁତିରେ ନିଜକୁ ସାମିଲ କରିବା ଏବଂ ଆସନ୍ତା ୧୮.୯.୨୦୧୯ ଠାରୁ ତାରିଖ ୨୧.୯.୨୦୧୯ ରିଖ ପର୍ଯ୍ୟନ୍ତ ସମସ୍ତ ବ୍ଲକ ସମ୍ମିଳନୀ କକ୍ଷରେ ମତଦାତା ଯାଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ପାଇଁ ଉପଖଣ୍ଡ ସ୍ତରୀୟ ସମସ୍ତ ବିଡ଼ିଓ, ତହସିଲଦାର, ସିଡିପିଓ ଏବଂ ବି.ଏଲ.ଓ ମାନେ ଉପସ୍ଥିତ ରହି ସାହାର୍ଯ୍ୟ ସହଯୋଗ କରିବା ପାଇଁ ସହକାରୀ ଜିଲ୍ଲାପାଳ ଶ୍ରୀ ଡି.ମାଲେଶ୍ୱର ପାତ୍ର କହିଛନ୍ତି।
ରିପୋର୍ଟ: ପ୍ରଫୁଲ୍ଲ ସାବତ
Related Stories
November 21, 2024
November 21, 2024