-
ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପୁରୀ ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ମୋଦି ସରକାରଙ୍କ ଦ୍ଵାରା ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାର ହତ୍ୟା ପ୍ରତିବାଦରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ଏବଂ ଇଣ୍ଡିଆ ମେଣ୍ଟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଶହ ସ୍ମାରକପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପୁରୀ ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି |ସୂଚନା ଅନୁସାରେ କେନ୍ଦ୍ର ବିଜେପି ସରକାର ୧୪୬ ଜଣ ବିରୋଧୀ ଦଳ ମାନଙ୍କ ସାଂସଦ ମାନଙ୍କୁ ଅଗଣତାନ୍ତ୍ରିକ ଭାବରେ ସଂସଦ ରୁ ନିଲମ୍ବନ କରିଛନ୍ତି । ଭାରତୀୟ ଗଣତନ୍ତ୍ର ଉପରେ ବିଜେପି ସରକାରର ଏଭଳି ଆକ୍ରମଣ କୁ ସମଗ୍ର ବିଶ୍ଵରେ ସବୁ ସ୍ତରରେ ନିନ୍ଦା କରାଯାଇଅଛି । ଗଣତାନ୍ତ୍ରିକ ନୀତିକୁ ହତ୍ୟା କରାଯିବା ଫଳରେ ଆମର ସଂସଦ ଗଣତନ୍ତ୍ରର ସମାଧିରେ ପରିଣତ ହୋଇଛି।
ଏହି ପ୍ରତିବାଦରେ ଶୁକ୍ରବାର ଦିନ ୧୨ ଟା ସମୟରେ ମୋଦି ସରକାରଙ୍କ ଦ୍ଵାରା ହୋଇଥିବା ଗଣତନ୍ତ୍ର ଉପରେ ଆକ୍ରମଣକୁ ନିନ୍ଦା କରାଯାଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଶହ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପୁରୀ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଅଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଜୟ ନାରାୟଣ ପଟ୍ଟନାୟକ, ଶ୍ରୀକାନ୍ତ ପରିଜା, ଆପ ଆବାହକ ସଞ୍ଜୀବ ମହାନ୍ତି, ଶରତ ଚନ୍ଦ୍ର ରାୟଗୁରୁ ,ଜଗନ୍ନାଥ ଦେଓ, ବରିଷ୍ଠ କଂଗ୍ରେସ ନେତା ବିନାୟକ ଦାସ ମହାପାତ୍ର, ରାଜେଶ ମିଶ୍ର,ଗୁଣନିଧି ପ୍ରଧାନ,ଭୀମସେନ ପ୍ରଧାନ, ବିଶ୍ୱକେଶନ ହରିଚନ୍ଦନ,ବିଦୁତଲତା ଆଚାର୍ଯ୍ୟ, ନିରଞ୍ଜନ ରଥ, ସୁକାନ୍ତ ପ୍ରଧାନ,ବିଶ୍ଵନାଥ ଦାଶ,ଅମରେନ୍ଦ୍ର ପାଇକରାୟ, ସ୍ବାଧୀନ କୁମାର ପଣ୍ଡା, ପ୍ରେମଜିତ ମହାନ୍ତି, ବିପିନ୍ ମହାନ୍ତି,କାଳୀ ପ୍ରସାଦ ନାୟକ, ଆର୍ତ୍ତତ୍ରାଣ ସାହୁ, ଲୁଲିଆ ଖୁଣ୍ଟିଆ, ଜୟଦେବ ବରାଳ,ଆଲୋକ ଦାଶ, ଚେତନ ମିଶ୍ର,ଆଶୁତୋଷ ମିଶ୍ର,ବିଶ୍ୱରଂଜନ ମହାପାତ୍ର, ଯୁଗୁ ମେକାପ ପ୍ରମୁଖ ଉପସ୍ଥିତ ଥିଲେ ।