ଭୁବନେଶ୍ୱର– କାଉନସିଲ୍ ଅଫ ହାୟର ସେକେଣ୍ଡାରୀ ଏଜୁକେସନ, ଓଡ଼ିଶା ପକ୍ଷରୁ ଅନୁଷ୍ଠାନର ତୃତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଅବସରପ୍ରାପ୍ତ କର୍ମଚାରୀ ସଂଘର ଏହି ପ୍ରତିଷ୍ଠା ଉତ୍ସବ ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଯୋଜନା ବୋର୍ଡ଼ ଉପାଧ୍ୟ ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପ୍ରଖ୍ୟାତ ଶିକ୍ଷାବିତ୍ ତଥା ତିରୁପତି ବିଶ୍ୱବିଦ୍ୟାଳୟର କୁଳପତି ଡ. ହରେକୃଷ୍ଣ ଶତପଥୀ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ସଦସ୍ୟ ବାଇଧର ପ୍ରଧାନ, ସଚିବ ଶୁଭ୍ରବାଳା ବେହେରା ପ୍ରମୁଖ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଅବସରପ୍ରାପ୍ତ କର୍ମଚାରୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହଙ୍ଗା ଭତ୍ତା ପ୍ରଦାନ କରୁଥିବାରୁ ସଂଘର ସଭାପତି ବିଶ୍ୱନାଥ ମହାନ୍ତି ଅଶେଷ ଧନ୍ୟବାଦ ଜଣାଇଥିଲେ ।
ଏହି ଉତ୍ସବରେ ସମ୍ବଲପୁର, ବାରିପଦା, ବ୍ରହ୍ମପୁର ଓ ଭୁବନେଶ୍ୱରର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଅନ୍ତାକ୍ଷରୀ ପ୍ରତିଯୋଗିତା ଓ ଚକାନୟନ ଭଜନ ନନ୍ଧ୍ୟା ମଣ୍ଡଳୀ ଦ୍ୱାରା କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଉତ୍ସବରେ ଚକ୍ରଧର ସାହୁ, ଜ୍ଞାନରଞ୍ଜନ ମହାନ୍ତି, ରବୀନ୍ଦ୍ର ନାୟକ, ରବିନାରାୟଣ ସେନାପତ, ଅର୍ଚ୍ଚନା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଉତ୍ସବ ଶେଷରେ ଧୀରେନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।