-
କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି
ଭୁବନେଶ୍ୱର– ଚଳିତ ମାସ ୧୦ ଡିସେମ୍ବର ଦିନ କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକର କିଶନନଗର ଥାନା ଅନ୍ତର୍ଗତ ମାଣପୁର ପଂଚାୟତରେ “ବିକଶିତ ଭାରତ ସଂକଳ୍ପ ଯାତ୍ରା”ର ଗାଡିରେ ମୋଦିଜୀଙ୍କ ଯୋଜନା ଦେଖାଇବା ପରିବର୍ତେ ବିଜୁ ଜନତା ଦଳର କିଛି ମହିଳା, ଛୋଟ ପିଲା ଗାଡିରେ ଚଢ଼ି “ନବୀନ ବାବୁ ଆମେ ତୁମ ଫ୍ୟାନ” ଗୀତରେ ଉଦଣ୍ଡ ନାଚ କରି ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିଛନ୍ତି । ଏହି ଘଟଣାକୁ ନେଇ ୧୨ ଡିସେମ୍ବର ଦିନ ବିଜେପି କାର୍ଯ୍ୟକର୍ତାଙ୍କ ନେତୃତ୍ୱରେ କିଶନନଗର ଥାନା ଅନ୍ତର୍ଗତ ମାଣପୁର ପଂଚାୟତ ସମ୍ମୁଖରେ ବିକ୍ଷୋଭ କରାଯିବ ବୋଲି ପୋଲିସକୁ ଆଗୁଆ ସୂଚନା ଦିଆଗଲା । ବିକ୍ଷୋଭ ପୂର୍ବରୁ ସେଠାରେ ପୋଲିସ ବ୍ୟତୀତ ବିଜୁ ଜନତା ଦଳର ପଂଚାୟତ ସଭାପତି ମହମ୍ମଦ ରୁସ୍ତମ ଏବଂ ଅନେକ ମହିଳା ଓ ଯୁବକ ବିଭିନ୍ନ ପ୍ରକାର ମରଣାସ୍ତ୍ର ଯଥା- ଲାଠି, ସିମେଟ, କଢ଼େଇ, ଝାଡୁ ଓ ଚପଲ ଧରି ଉପସ୍ଥିିତ ଥିଲେ । ବିଜେଡି ମାରଣାସ୍ତ୍ରର ମାଧ୍ୟମରେ ବିଜେପିର କାର୍ଯ୍ୟକର୍ତାକୁ ମାଡ ମାରି ଆକ୍ରମଣ କଲେ । ଜାତିଆଣ ମନ୍ତବ୍ୟ ଦେଇ ବିଜେଡି କର୍ମୀମାନେ ଗାଡିଗୁଲଜ କଲେ । ଧର୍ମକୁ ନେଇ ଅଶୋଭନୀୟ ନାରା ଦେଲେ ଏବଂ ମାରିଦେବାକୁ ଧମକ ଦେଲେ । ବିଜେଡିର କାର୍ଯ୍ୟକର୍ତାମାନେ ବିଜେପି କାର୍ଯ୍ୟକର୍ତାମାନଙ୍କ ଉପରେ ନିସ୍ତୁକ ମାଡ ମାରୁଥିବାବେଳେ ପୋଲିସ ନିରବଦ୍ରଷ୍ଟା ସାଜି ଠିଆ ହୋଇଥିଲା । ମହମ୍ମହ ରୁସ୍ତମ ଓ ବିଜେଡିର ଅନ୍ୟମାନେ କହିଲେ, ବିଧାୟକ ଚନ୍ଦ୍ର ଶାରଥୀ ବେହେରାଙ୍କ ନିର୍ଦ୍ଦେଶରେ ଆମେ ଏଭଳି କାର୍ଯ୍ୟ କରୁଛୁ ।ପୋଲିସ ଉପସ୍ଥିତିରେ ବିଜୁ ଜନତା ଦଳର ବିଜେପି କାର୍ଯ୍ୟକର୍ତାଙ୍କ ଉପରେ ଏଭଳି ବର୍ବରକାଣ୍ଡ ଓ ଆତଙ୍କରାଜକୁ ଘୋର ନିନ୍ଦା କରୁଛି ବୋଲି ବିଜେପି ରାଜ୍ୟ ଉପସଭାପତି ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ଏହି ଘଟଣା ପରେ ଆମ ଦଳ ପକ୍ଷରୁ ସେହିଦିନ କିଶନନଗର ଥାନାରେ ଏଫଆଇଆର ଦିଆଯାଇଥିଲା । ହେଲେ ୧୩ଡିସେମ୍ବରରେ ମାଣପୁର ପଂଚାୟତ ସରପଂଚ ରଞ୍ଜିତା ସେଠୀଙ୍କ ଦ୍ୱାରା କାଉଂଟର ଏଫଆଇଆର ଦିଆଗଲା । ଯେଉଁଥିରେ ନାନାଦି ପ୍ରକାର କପୋଳ କଳ୍ପିତ ଆରୋପ ଆମ କାର୍ଯ୍ୟକର୍ତାଙ୍କ ଉପରେ ଲଗାଗଲା । ଆଶ୍ଚର୍ଯ୍ୟର କଥା ୧୨ତାରିଖ ମାରପିଟ ଚାଲିଥିଲାବେଳେ ସେଠାରେ ସରପଂଚ ରଞ୍ଜିତା ସେଠୀ ଉପସ୍ଥିତ ନଥିଲେ । ତେଣୁ କେଉଁ ଆଧାରରେ ରଞ୍ଜିତା ଏଫଆଇଆର ଦେଇଛନ୍ତି ନା ବିଧାୟକଙ୍କ ପ୍ରରୋଚନା ଏଫଆଇଆର ଦେଇଛନ୍ତି ବୋଲି ପ୍ରଶ୍ନ କଲେ ଡ ଲେଖାଶ୍ରୀ । ଏହି ଘଟଣାରେ ଯଦି ଅପରାଧୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନନିଆଯାଏ ତାହାଲେ ଆଗାମୀ ଦିରେ ଭାରତୀୟ ଜନତା ପାର୍ଟି କଟକ ଏସ୍ପି ଅଫିସକୁ ଘେରାଉ କରି ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିର ପର୍ଦ୍ଦାଫାସ୍ କରିବ ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତିଭା ଶତପଥୀ, କଟକ ନିର୍ବାଚନ ମଣ୍ଡଳୀର ଆରଟିଆଇ ସଂଯୋଜକ ଗୋକୁଳ ପ୍ରଧାନ, କଟକ ସଦର ଯୁବନେତା ପ୍ରକାଶ ଚନ୍ଦ୍ର ସେଠୀ, ରାଜ୍ୟ ମହିଳାମୋର୍ଚ୍ଚା ଗଣମାଧ୍ୟମ ସଂଯୋଜିକା ତୃପ୍ତିମୟୀ ମକଦ୍ଦମ ପ୍ରମୁଖ ଉପସ୍ଥିତ ଥିଲେ ।