
ଭୁବନେଶ୍ୱର– କୁଚିଣ୍ଡା ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଡାକରା ଦେଇଛି କୁଚିଣ୍ଡା ଜିଲ୍ଲା ଦାବି କ୍ରିୟାନୁଷ୍ଠାନ କମିଟି। ସକାଳ ୬ ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି। ଜରୁରୀ ସେବାକୁ ବାଦ ଦେଇ ସମସ୍ତେ ଦେକାନ ବଜାର, ଗାଡ଼ିଚଳାଚଳ ବନ୍ଦ ରହିଛି । ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଛି ।