
ବଲାଙ୍ଗିର– ରାଜ୍ୟର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଭୂମିକାର ବାର୍ଷିକ ସାଧାରଣ ବୈଠକ ପାଟଣାଗଡ ନିକଟସ୍ଥ ଖୋଲା ଗଡ଼ ଠାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଭୂମିକାର ସଭାପତି ଚିତ୍ତ ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ବୈଠକର ପ୍ରଥମ ଅଧିବେଶନରେ ଗତ ବର୍ଷର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ଓ ଆଗାମୀ ଦିନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିପରି ଚିରାଚରିତ କାର୍ଯ୍ୟକ୍ରମ ଯେପରି ସ୍ପଟ୍ ପେଣ୍ଟିଙ୍ଗ, ବିଷୁବୋତ୍ସବ ବାର୍ଷିକ ନାଟକ ସଙ୍ଗେ ଏକ ନାଟ୍ୟ କର୍ମଶାଳା ମଧ୍ୟ ଆୟୋଜନ କରାଯିବ।
ସେହିପରି ଦ୍ଵିତୀୟ ଅଧିବେଶନରେ ଚଳିତ ବର୍ଷ ପାଇଁ କର୍ମକର୍ତା ଚୟନ କରାଯାଇଥିଲା। ଏଥିରେ ସଭାପତି ଭାବରେ ଅଶୋକ କୁମାର ଦାସ, ଉପ ସଭାପତି ବୀରେନ୍ଦ୍ର କୁମାର ବଞ୍ଛୋର୍, ସମ୍ପାଦକ ରଶ୍ମୀ ରଞ୍ଜନ ବକ୍ସି, ସହ ସମ୍ପାଦକ ଅର୍ଘ୍ୟ ଅର୍ପଣ ମିଶ୍ର, ସଂଯୋଜକ ନୟନ କୁମାର ମହାନ୍ତି ଓ ଜନସଂପର୍କ ଅଧିକାରୀ ରୂପେ ବ୍ୟାସଦେବ ନନ୍ଦଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି । ସେହିପରି ପ୍ରଫେସର୍ ମଧୁସୂଦନ ପତି ଓ ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆଙ୍କୁ ଉପଦେଷ୍ଟା ଭାବେ ରଖିବାକୁ ପ୍ରସ୍ତାବ ଗୃହିତ ହୋଇଥିଲା। ଶେଷରେ ସୋମ ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ।