
ଖୋର୍ଦ୍ଧା, ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ରମାବିଲି ଗ୍ରାମରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଜଳିଯାଇଛି ବର୍ଷକର ଅମଳ । ଖରା, ବର୍ଷା, ଶିତ, କାକରରେ ଦିନରାତି ପରିଶ୍ରମ କରି ଚାଷୀ ଉକୁଟି ଜେନା ଏବଂ ତାଙ୍କର ଦୁଇ ପୁଅ ଧାଡୁ ଜେନା, ସିଲୁ ଜେନା ଅମଳ କରିଥିବା ଧାନ କଳେଇରେ ଅଗ୍ନିକାଣ୍ଡ ଘଟି ଜଳିଯାଇଛି ବର୍ଷକର ଅମଳ । ନିଜ ଖଳାବାଡ଼ିରେ ଗଦାକରି ରମାଵିଲ ନୃସିଂହ ପାଟଣାରେ ରଖିଥିଲେ ଧାନ କଳେଇ। ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିବାରୁ ୪ଟି ଧାନ କଳେଇ ଗଦା ଏବଂ ତିନୋଟି କୁଟାଗଦା ସଂପୁର୍ଣ୍ଣ ଭାବେ ଜଳିଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଖୋର୍ଦ୍ଧା ଏବଂ ଟାଙ୍ଗି ଅଗ୍ନିଶମ ବାହିନୀର ଦୁଇଟି ଟିମ୍ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛନ୍ତି। କେହି ଦୁର୍ବୃତ୍ତ ଧାନ କଳେଇରେ ନିଆଁ ଲଗାଇଥିବା ଅନୁମାନ କରାଯାଉଛି। ଏ ନେଇ ଜଙ୍କିଆ ଥାନାରେ ଅଭିଯୋଗ ହୋଇଛି । ଲକ୍ଷାଧିକ ଟଙ୍କାର ଧାନ ନିଆଁରେ ଜଳିପୋଡ଼ି ପାଉଁଶ ହୋଇଛି।