
ଭଦ୍ରକ- ପୂର୍ବ ଶତ୍ରୁତାକୁ ନେଇ ଜଣେ ଯୁବକକୁ ରାତିରେ ଭୋଜି ସ୍ଥଳରୁ ଡାକିନେଇ ହତ୍ୟା କରିଥିବାର ଅଭିେଯାଗ ଆଣିଛନ୍ତି ମୃତକର ଦାଦା। ଏହି ଘଟଣାରେ ଭଦ୍ରକ ଗ୍ରାମାଳ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇ ଜଣକୁ ଗିରଫ କରାଯାଇଥିବାବେଳେ ଅନ୍ୟ ଦୁଇଜଣଙ୍କୁ ଅଟକ ରଖô ପଚରାଉଚୁରା କରାଯାଉଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଗ୍ରାମାଳ ଥାନା ଅଧୀନସ୍ଥ ଜଳଙ୍ଗା ଗ୍ରାମର ସତ୍ୟବ୍ରତ ଶିଅଳ ନାମକ ଜଣେ ଯୁବକ ସହ କେତେକ ଚୋରା ମଦ କାରବାର କରୁଥିବା ବ୍ୟକ୍ତିଙ୍କର ପୂର୍ବ ଶତ୍ରୁତା ରହିଥିଲା। ତେବେ ଗତକାଲି ରାତିରେ ସତ୍ୟବ୍ରତ ଗାଁ ପିଲାଙ୍କ ସହ ବଣଭୋଜି କରୁଥିଲେ। ସେହି ସମୟରେ ସ୍ଥାନୀୟ ଅଂଚଳର ଜନୈକ ଯୁବକ ପ୍ରଶାନ୍ତ ବେହେରା ତାଙ୍କୁ ଭୋଜି ନିକଟରୁ କୌଣସି କାମର ବାହାନା ଦେଖାଇ ଡାକି ନେଇଥିଲା। ଭୋଜି ପରେ ଗାଁ ପିଲାମାନେ ସତ୍ୟବ୍ରତଙ୍କୁ ଖୋଜି ନପାଇବା ମଧ୍ଯରେ ନିକଟସ୍ଥ ୟୁକୋ ବ୍ୟାଙ୍କ ପାଶ୍ର୍ବ ଏକ ପଡିଆରୁ ତାଙ୍କର କ୍ଷତବିକ୍ଷତ ମୃତଦେହ ମିଳିଥିଲା। ମୃତଦେହ ବେକରେ ଗଭୀର ଦାଗ ଦେଖାଯିବା ସହ ଶରୀରର ଅନ୍ୟ ସ୍ଥାନରେ ମଧ୍ଯ କ୍ଷତ ରହିଥିବା ନେଇ ପରିବାର ଲୋକେ ଅଭିେଯାଗ କରିଛନ୍ତି। ଏହି ଘଟଣାରେ ମୃତକଙ୍କ ଦାଦା ଅମୂଲ୍ୟ ଶିଅଳ କରିଥିବା ଅଭିେଯାଗ ମୂଳେ ପୂର୍ବ ଶତ୍ରୁତାକୁ ନେଇ ପ୍ରଶାନ୍ତ ଓ ତାର ସାଥୀମାନେ େଯାଜନାବଦ୍ଧ ଭାବେ ପିଟିପିଟି ହତ୍ୟା କରିଛନ୍ତି।