ଭୁବନେଶ୍ୱର- ଅହିଂସା ମାଧ୍ୟମରେ ହିଁ ବିଶ୍ୱର ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ । ତେଣୁ ଅହିଂସାକୁ ଜୀବନର ମୂଳମନ୍ତ୍ର କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଜଣାଇଛନ୍ତି ।
ଭୁବନେଶ୍ୱର ସ୍ୱାଧୀନତା ସଂଗ୍ରାମୀ ପଡିଆରେ ୩୩ ତମ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅହିଂସା ମହାତ୍ମାଗାନ୍ଧୀଙ୍କ ବିଶ୍ୱକୁ ଶ୍ରେÂ ଦାନ । କଥା , କାର୍ଯ୍ୟ ଓ ଚିନ୍ତାରେ ହିଂସା ତ୍ୟାଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚଳିତ ବର୍ଷ ସାରା ବିଶ୍ୱ ବାପୁଙ୍କ ୧୫୦ତମ ଜୟନ୍ତୀ ପାନ କରୁଛି । ସ୍ୱାଧୀନତା ସଂଗ୍ରାମୀ ମାନେ ବାପୁଙ୍କ ଡାକରାରେ ଦେଶର ସଂଗ୍ରାମରେ ଯାଗ ଦେବାର ସୌଭାଗ୍ୟ ପାଇଥିଲେ ଏବଂ ଏବେ ତାଙ୍କର ୧୫୦ତମ ଜୟନ୍ତୀ ପାଳନର ସୁଯୋଗ ମଧ୍ୟ ପାଇଛନ୍ତି । ସ୍ୱାଧୀନ ଭାରତ ପାଇଁ ଆମର ସଂଗ୍ରାମୀ ମାନଙ୍କ ତ୍ୟାଗକୁ ଏ ଜାତି କେବେ ଭୁଲି ପାରିବ ନାହିଁ । କେବଳ ସ୍ୱାଧୀନତା ଗାନ୍ଧୀଙ୍କ ଲକ୍ଷ୍ୟ ନଥିଲା । ଏକ ଶୋଷଣମୁକ୍ତ ସୁସ୍ଥ ସମାଜ ଓ ସ୍ୱାବଲମ୍ବୀ ଅର୍ଥନୀତି ତାଙ୍କର ଲକ୍ଷ୍ୟ ଥିଲା । ଏଦିଗରେ ଆମେ ସମସ୍ତେ ନିÂାପର ଭାବରେ କାର୍ଯ୍ୟ କଲେ ତାହା ହେବ ବାପୁଙ୍କ ୧୫୦ତମ ଜୟନ୍ତୀରେ ଶ୍ରେÂ ଶ୍ରଦ୍ଧାଂଜଳୀ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ ।
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମରୀ ଭବାନୀ ଚରଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁÂିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ , ଅଶୋକ ପଣ୍ଡା , ଶହୀଦ ସ୍ୱାଧୀନତା ସଂଗ୍ରାମୀ ସଦନର ଅଧ୍ୟକ୍ଷ ତଥା ସାଂସଦ ଭର୍ତୃହରି ମହତାବ , ସାଂସଦ ରମେଶ ଚନ୍ଦ୍ର ମାଝୀ , ବିଧାୟକ ସୁରେଶ କୁମାର ରାଉତରାୟ, ପିସିସି ସଭାପତି ନିରଂଜନ ପଟ୍ଟନାୟକ, ସ୍ୱାଧୀନତା ସଂଗ୍ରାମୀ ସର୍ବଭାରତୀୟ ସଭାପତି ଶ୍ରୀ କୁଲକର୍ଣ୍ଣୀ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ପ୍ରତି ଶ୍ରଦ୍ଧାଂଜଳୀ ଅର୍ପଣ କରିବା ସହିତ ତାଙ୍କ ୧୨୦ ତମ ଜନ୍ମବାର୍ଷିକୀ ଜାତୀୟ ଉତ୍ସବରେ ଲୋଗୋ ଓ ମହୋତ୍ସବର ସ୍ମରଣିକା ଉନ୍ମୋଚନ କରିଥିଲେ ।
ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ୱର୍ଗତ ମହତାବଙ୍କ ଶ୍ରାଦ୍ଧ ଅବସରରେ ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ବୁଲି ଦେଖିଥିଲେ ।