ଭୁବନେଶ୍ୱର – ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରତିÂିତ ଦିବ୍ୟ ଜୀବନ ସଂଘର ରାଷ୍ଟ୍ରୀୟ ଉପସଭାପତି ତଥା ପୂର୍ବାଶ୍ରମରେ ଓଡିଶାର ବରିÂ ପ୍ରଶାସକ ସ୍ୱାମୀ ନିର୍ଲିପ୍ତାନନ୍ଦ ସରସ୍ୱତୀଙ୍କ ୭୮ତମ ସ୍ୱନକ୍ଷତ୍ର ଉତ୍ସବ ଉପଲକ୍ଷେ ‘ପୂଜ୍ୟ ପ୍ରଣାମ’ ଟ୍ରଷ୍ଟ ପକ୍ଷରୁ ସ୍ୱାମୀଜୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ଏକ ସାମୂହିକ ଦୀପଦାନ କାର୍ଯ୍ୟକ୍ରମ ଭୁବନେଶ୍ୱର ବୁଦ୍ଧ ମନ୍ଦିର ଠାରେ ଅନୁÂାନର ଅଧ୍ୟକ୍ଷ ଡକ୍ଟର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରୋହିତ୍ୟରେ ଅନୁÂିତ ହୋଇଯାଇଛି ।
କାର୍ଯ୍ୟକ୍ରମକୁ ଆନୁÂାନିକ ଭାବେ ଉଦ୍ଘାଟନ କରି ଉକ୍ରଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ବିମଳେନ୍ଦୁ ମହାନ୍ତି କହିଲେ ଯେ ସମାଜରେ ପୂଜ୍ୟପୂଜାର ଏକ ବାତାବରଣ ସୃଷ୍ଟି ହେଲେ ଆମ ଉତରଦାୟାଦଙ୍କ ଭିତରେ ଏକ ନୂତନ ଉଦ୍ଧୀପନା ସୃଷ୍ଟି ହେବ । ଅନ୍ୟତମ ଅତିଥି ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ କହିଲେ ଯେ ସ୍ୱାମୀ ନିର୍ଲିପ୍ତାନନ୍ଦ ମହାରାଜ ଛାତ୍ର ଜୀବନରୁ ଆଧ୍ୟାତ୍ମିକତାକୁ ଆପଣେଇ ନେଇଥିଲେ । ସାଧୁତାର ସମସ୍ତ ଲକ୍ଷଣ ସ୍ୱାମୀଜୀଙ୍କ ଠାରେ ବିଦ୍ୟମାନ । ସମାଜର ମଙ୍ଗଳ ପାଇଁ ଆଦିଶଙ୍କର ଯେଉଁ ଦଶନାମୀ ସଂପ୍ରଦାୟର ବ୍ୟବସ୍ଥା କରିଥିଲେ ତାହା ଆଜିର ସମାଜରେ ମଧ୍ୟ ଆବଶ୍ୟକତା ରହିଛି ।
ଜ୍ୟୋର୍ତିବିଦ୍ ଡକ୍ଟର ମନୋଜ ଲେଙ୍କା ସ୍ୱାଗତ ଭାଷଣ ଦେଇଥିବା ବେଳେ ସୁଶାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିÂ ସାମ୍ବାଦିକ ଶ୍ରୀ ବସନ୍ତ ଦାସ, ଶିକ୍ଷାବିତ୍ ଡକ୍ଟର ବଦ୍ରିନାଥ ପଟ୍ଟନାୟକ, ଯୋଗଗୁରୁ ନାରାୟଣ ଚନ୍ଦ୍ର ନନ୍ଦ, ଓଡିଶା କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ ଡିନ ଡକ୍ଟର ବୁଦ୍ଧଦେବ ମିଶ୍ର, ମହାବୋଧି ସୋସାଇଟିର ଟ୍ରଷ୍ଟି ଡକ୍ଟର ସୌରେନ୍ଦ୍ର କୁମାର ମହାପାତ୍ର, ସମାଜସେବୀ ନିରଦ ବରଣ ଖୁଂଟିଆ, ଗିରିଧାରୀ ନାୟକ, ରବିନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ସ୍ୱାମୀଜୀଙ୍କ ପ୍ରତି ଶ୍ରଦ୍ଧା ଓ ଶୁଭେଚ୍ଛା ପ୍ରକଟ କରିଥିଲେ ।