
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଶ୍ରୀମନ୍ଦିରରେ ପଲିଥିନ୍ ଓ ପ୍ଲାଷ୍ଟିକ୍ ମୁକ୍ତ କରିବାକୁ ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଆହ୍ୱାନ କ୍ରମେ ଚାଙ୍ଗୁଡିରେ ଫୁଲ ଓ ଭୋଗ ଆଣିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଏଥି ସହିତ ଶ୍ରୀମନ୍ଦିର ଭିତରକୁ ପଲିଥିନ ଓ ପ୍ଲାଷ୍ଟିକ୍ ନେଇ ଭକ୍ତ ଯାଇ ପାରିବେନି ବୋଲି ନିର୍ଦେଶ ଦିଆଯାଇଛି । କାଇଁଷ/ବେତ ନିର୍ମିତ ଚାଙ୍ଗୁଡିରେ ଫୁଲ ଏବଂ ଭୋଗ ଆଣିବାକୁ ସମସ୍ତ ନିଯୋଗ ଏବଂ ଶ୍ରଦ୍ଧାଳୁଙ୍କୁ ନିବେଦନ କରାଯାଇଛି ।ସୁଆର ମହାସୁଆରଙ୍କୁ ପେପର ବ୍ୟାଗ, କପଡା ବ୍ୟାଗ, ବେତ ଓ ବାଉଁଶରେ ତିଆରି ସାମଗ୍ରୀରେ ତିଆରି ହୋଇଥିବା ଚାଙ୍ଗୁଡି/ଉପକରଣ ବ୍ୟବହାର କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଛି। ଶ୍ରୀମନ୍ଦିରକୁ ପାଷ୍ଟିକ ମୁକ୍ତ କରି ସହରକୁ ସରସ ସୁନ୍ଦର କରିବାକୁ ଆହ୍ୱାନ ଦିଆଯାଇଛି ।