ଭୁବନେଶ୍ୱର – ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ରୋକିବାପାଇଁ ଏସପିଓ ନିଯୁକ୍ତି ଦିଆଯିବ । ସାଧାରଣ ମହିଳାମାନଙ୍କୁ ସ୍ପେଶାଲ ପୋଲିସ୍ ଅଫିସର ବା ଏସପିଓ ଭାବେ ନିଯୁକ୍ତ କରାଯିବ ବୋଲି ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରକାଶ କରିଛନ୍ତି । । ବିଶେଷ କରି ରୋଡ୍ ରୋମିଓଙ୍କୁ ସାବାଡ୍ କରିବାରେ ଏହି ଏସଓପିମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ ।
ସେ କହିଛନ୍ତି ଯେ ପୋଲିସ୍ କନେଷ୍ଟବଳଙ୍କୁ ମିଳୁଥିବା କ୍ଷମତା ସେମାନଙ୍କୁ ଦିଆଯିବ । ସେମାନେ ଚାହିଁଲେ ଅଭିଯୁକ୍ତଙ୍କୁ ଗିରଫ କରିପାରିବେ । ଏସପିଓ ମାନଙ୍କୁ ପ୍ରଥମେ ୩ ମାସ ପାଇଁ ନିଯୁକ୍ତି ଦିଆଯିବ । ପରେ ସେମାନଙ୍କ ଦକ୍ଷତାକୁ ବିଚାରକୁ ନେଇ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯିବ । ୨୫୦ ମହିଳାଙ୍କୁ ନେଇ ଏସପିଓ ଟିମ୍ ଗଠନ କରାଯିବ । କଟକ ଓଭୁବନେଶ୍ୱରର ୫୬ ଜଣ ମହିଳା ଏଥିରେ ଅନ୍ତର୍ଭୁକ୍ତ ଅଛନ୍ତି ।