ସିଲିଗୁଡି– ତିନି ଦିବସୀୟ ସିକ୍କିମ ଯାତ୍ରା ପରେ ଗୁରୁବାର ସକାଳେ ତିବତ୍ ଧର୍ମଗୁରୁ ଦଲାଇଲାମା ସିଲିଗୁଡିର ସାଲୁଗାଡା ଅଂଚଳରେ ଥିବା ତେନଜିନ ଗ୍ୟାତସୋ ବୌଦ୍ଧ ମଠରେ ପହଂଚିଛନ୍ତି । ଏଠାରେ ବୌଦ୍ଧ ଭିକ୍ଷୁମାନେ ତାଙ୍କୁ ପାରମ୍ପରିକ ରୀତିନୀତି ଅନୁସାରେ ସ୍ଵାଗତ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଏଠାରେ ସେ ବୌଦ୍ଧ ଭିକ୍ଷୁ ମାନଙ୍କୁ ଉପଦେଶ ଦେବାର କାର୍ଯ୍ୟକ୍ରମ ରହିଛି । ତେଣୁ ଏହି ବୌଦ୍ଧ ମଠାରେ ଦାର୍ଜିଲିଂ, କଲିମ୍ପୋଙ୍ଗ, ଡୁଆର୍ସ ଏବଂ ପଡ଼ୋଶୀ ଦେଶ ନେପାଳ ଓ ଭୁଟାନରୁ ପ୍ରାୟ ୨୦ ହଜାର ଭକ୍ତ ଆସି ପହଂଚିଛନ୍ତି । ସିଲିଗୁଡିର ମେୟର ଗୌତମ ଦେବ ଏବଂ ଡେପୁଟି ମେୟର୍ ରଞ୍ଜନ ସରକାର ବିଶେଷ ଅତିଥି ରୂପେ ମଠରେ ପହଂଚିଛନ୍ତି । ଦଲାଇଲାମାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବୌଦ୍ଧ ମଠର ଆଖପାଖରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।