
ଭୁବନେଶ୍ୱର- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚାରି ବର୍ଗର ଉତଥାନ ଫର୍ମୁଲା ଓଡ଼ିଶାରେ ବିଜେପି ଆପଣେଇବ । ମୋଦୀଙ୍କ ଗଭର୍ନାନ୍ସ ମଡେଲ ଓଡ଼ିଶାରେ ଆଣିବାକୁ ପଡ଼ିବ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ସେବା ସୁଶାସନ ଏବଂ ଗରିବ କଲ୍ୟାଣ ଏବଂ ଜନ ସମ୍ପର୍କ ହେଉଛି ଆମର ଯୋଜନା । ଛତିଶଗଡ଼, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ବିଜେପି କାର୍ଯ୍ୟକର୍ତାମାନେ କାମ କରିଛନ୍ତି, ସେମିତି ଓଡିଶାରେ ବି କରନ୍ତୁ । ଘରକୁ ଘର ଯିବାର ଅଛି । ପଦଯାତ୍ରା କରିବାର ଅଛି ଏବଂ ଜନ ସମ୍ପର୍କ ସ୍ଥାପନ କରିବାର ଅଛି । କେନ୍ଦ୍ର ସରକାର ଚାରିଟା ଜାତିର ଉନ୍ନତି ପାଇଁ କାମ କରୁଛି । ଗରିବ, ମହିଳା, ଚାଷୀ ଏବଂ ଯୁବ ବର୍ଗ ପାଇଁ ଦଳ ମତ ନିର୍ବିଶେଷରେ କାମ କରିବାର ଅଛି । ବିକାଶର କୌଣସି ଦଳ ନ ଥାଏ । ମୋଦୀଙ୍କ ଗଭାର୍ନାନ୍ସ ମଡେଲ ଓଡ଼ିଶାରେ ଆଣିବାକୁ ପଡ଼ିବ ବୋଲି କହିଛନ୍ତି ଶ୍ରୀମତୀ ଷଡଙ୍ଗୀ ।