ଗଂଜାମ- ଶୀତରୁ ରକ୍ଷା ପାଇବା ପାଇଁ ଗତ କାଲି ବୁଗୁଡ଼ା ଥାନା ଅନ୍ତର୍ଗତ ପଙ୍କଳବାଡ଼ି ଗ୍ରାମର ଜଣେ ୬ ବର୍ଷର ଶିଶୁ କନ୍ୟା ନିଆଁ ପୁଇଁବା ବେଳେ ନିଆଁରେ ପୋଡ଼ି ଗୁରୁତର ହୋଇ ପଡ଼ିଥିଲେ । ଗତକାଲି ରାତିରେ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଶିଶୁ କନ୍ୟାର ମୃତୁ୍ୟ ଘଟିଛି । ଠିକ୍ ସେହିଭଳି ତାରାସିଂ ଥାନାର ଜାଡ଼ ଧାରଗାଁରେ ଜଣେ ମହିଳା ନିଆଁ ପୁଇଁବା ବେଳେ ପୋଡ଼ିଯାଇ ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି ।
Related Stories
November 23, 2024