ବଲାଙ୍ଗିର– ବଲାଙ୍ଗୀର ଜିଲ୍ଲାର ସରକାରୀ ଟାଉନ ବାଳିକା ବିଦ୍ୟାଳୟ ଠାରେ ଓଡ଼ିଶା ରାଜ୍ୟ ଶିଶୁ ପରିସଦ(OSCCW) ଭୁବନେଶ୍ଵର ତରଫରୁ ଆଜି ଆୟୋଜିତ ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ ଜିଲ୍ଲାର ଶିଶୁ ସୁରକ୍ଷା ୟୁନିଟ ର ଆଇନ ପରିବିକ୍ଷକ ଅଧିକାରୀ ଦିଗମ୍ବର କର, ଚୁଡ଼ାମଣି ପଣ୍ଡା, ସୁଧାଂଶୁ ଶେଖର କୁମ୍ଭାର, ଅରୁଣ କୁମାର ଖୁଆସ, ପ୍ରମୋଦ ବଗର୍ତ୍ତି, ସୁଦାମ ସୁନା ଓ ଶିଶୁ ମଙ୍ଗଳ ସମିତିର ସଦସ୍ୟ ସୀତାରାମ ହୋତା, ସନ୍ଧ୍ୟାରଣି ପଣ୍ଡା ଓ ଲୀନ ବାବୁ ଙ୍କ କରକମଳରେ ଶୁଭ ଉଦଘାଟିତ ହୋଇଯାଇଛି। ଏଥିରେ ଆଇନ ପରିବିକ୍ଷକ ଅଧିକାରୀ ଦିଗମ୍ବର କର ସଭା କାର୍ଯ ପରିଚାଳନ ପୂର୍ବକ ଚିତ୍ରାଙ୍କନ ପ୍ରତିଯୋଗିତାର ସମାସ୍ତ ନିୟମାବଳୀ ବୁଝାଇ କହିଥିଲେ।ଏଥିରେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ, ସାଧାରଣ ବର୍ଗ ଓ ଦିବ୍ୟାଙ୍ଗ ବର୍ଗ ର ଶିଶୁ ମାନଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଥିଲା । ଏଥିରେ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର ଏବଂ ଡିବ୍ୟଙ୍ଗ ସ୍କୁଲର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ସାଧାରଣ ବର୍ଗରୁ ୧୭୦ ଓ ଦିବ୍ୟାଙ୍ଗ ବର୍ଗରୁ ୫୬ ଜଣ ଛାତ୍ର, ଛାତ୍ରୀ ଅଂଶଗ୍ରହଣ କରିଥିଲେ।ମୋଟ ୨୨୬ ଜଣ ଅଂଶଗରହଣକରି ପ୍ରତିଯୋଗିତାରେ ଭାଗ ନେଇଥିଲେ।
ସୂଚନାଯୋଗ୍ୟ ଯେ, ସାଧାରଣ ବର୍ଗ ର ଥିବା ସବୁଜ, ଧଳା ଓ ନିଳ ଉପବର୍ଗରୁ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ବଛାଯାଇ ରାଜ୍ୟ ସ୍ତରକୁ ପଠାଯିବ। ସେହିପରି ଦିବ୍ୟାଙ୍ଗ ବର୍ଗ ର ଥିବା ଦୁଇଟି ଉପବର୍ଗର ହଳଦିଆ ଓ ନାରଙ୍ଗୀ ଦିବ୍ୟଙ୍ଗା ବର୍ଗ ରେ ଥିବା ମାନସିକ ବିକଳାଙ୍ଗ, ଶ୍ରବଣ ବାଧିତ ଓ ଦୃଷ୍ଟି ବାଧିତ ପ୍ରତ୍ଯକ ବର୍ଗ ପ୍ରଥମ, ଦ୍ଵିତୀୟ, ତୃତୀୟ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ରାଜ୍ୟସ୍ତରକୁ ପଠାଯିବ ଓ ଜିଲ୍ଲା ସ୍ତରରେ ଏକ ସ୍ଵତନ୍ତ୍ର କାର୍ଯକ୍ରମରେ ଏହି ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ।