
ଭବାନୀପାଟଣା– କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ୍ ଅନ୍ତର୍ଗତ ରତନପୁର- ଆମ୍ବପଡା ନିକଟରେ ହାତୀ ଆକ୍ରମଣରେ ରେଞ୍ଜର ପ୍ରଶାନ୍ତ କୁମାର ପାଳଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।କଳାହାଣ୍ଡି ଜିଲ୍ଲା ଉତର ବନଖଣ୍ଡ ଅଧିକାରୀ ନର୍ଲା ମେଡ଼ିକାଲକୁ ଆସି ରେଞ୍ଜରଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଥିସହ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ବିଡ଼ିଓ ଜଗଜୀବନ ଚୌଧୁରୀ, ତହସିଲଦାର ବିଶ୍ଵରଂଜନ କହଁର, ନର୍ଲା ପ୍ରେସ ଆସୋସିଏସନ ସଭାପତି ଦୀପକ କୁମାର ସାହୁ, ସମ୍ପାଦକ ସନ୍ତୋଷ ପାତ୍ରଙ୍କ ସହ ସମସ୍ତ କର୍ମକର୍ତା ଏବଂ ଫରେଷ୍ଟର ଭବନୀ ନାଏକଙ୍କ ସମେତ ସମସ୍ତ କର୍ମଚାରୀ ଶୋକ ବ୍ୟକ୍ତ କରିଛନ୍ତି ।