କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅଧିନ ରାଜଗଡ ଗ୍ରାମ ପଂଚାୟତର ନଛିପଡା ୧୩ ଓ ୧୪ ନମ୍ବର ୱାର୍ଡ ମଧ୍ୟଭାଗରେ ଥିବା ପୋଖରୀଟି ଗ୍ରାମବାସୀଙ୍କ ବହୁ କାର୍ଯ୍ୟରେ ଲାଗିଥିବାବେଳେ ସେଥିରେ ବର୍ଷାଜଳ ପ୍ରବେଶ କରି ଗ୍ରାମବାସୀଙ୍କ ପାଇଁ ବିପଦର କାରଣ ହୋଇଛି । ବର୍ଷାଋତୁରେ ବର୍ଷାଜଳ ଏହି ପୋଖରୀରେ ବର୍ଷାଜଳ ପ୍ରବେଶ କରୁଥିଲେ ମଧ୍ୟ ନିଷ୍କାସନର କୈାଣସି ବାଟ ନାହିଁ ଯାହାଫଳରେ ଏହି ବର୍ଷାଜଳ ନିକଟବର୍ତୀ ଘର ଗୁଡିକରେ ପ୍ରବେଶ କରି ଏଥିସହିତ ବିଷାକ୍ତ ସାପ ମଧ୍ୟ ଘରେ ପ୍ରବେଶ କରୁଛନ୍ତି । ଘରବାଲା ଆତଙ୍କିତ ଅବସ୍ଥାରେ ଜୀବନ ବିତାଉଛନ୍ତି । ଏହି ଉଦ୍ବୃତ ବର୍ଷାଜଳକୁ ନିଷ୍କାସନ କରିବା ପାଇଁ ଗ୍ରାମର ଗଣେଶ ମଳିକ, ରବିନ୍ଦ୍ର ମଳିକ, ବିଶ୍ୱଭୂଷଣ ସ୍ୱାଇଁ, ଶ୍ରୀଚନ୍ଦନ ମଲ୍ଲିକ, ଲିଲି ମଲ୍ଲିକ, କାମିନୀ ମଲ୍ଲିକ ପ୍ରମୁଖ ଦାବି କରିଛନ୍ତି ।
Related Stories
November 23, 2024