ଭୁବନେଶ୍ୱର – ଆସନ୍ତା ଫେବୃଆରୀ ୧ ତାରିଖ ରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ମୋ ସରକାରରେ ସାମିଲ ହେବ । ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି ।
ଯେଉଁ ଗ୍ରାମକୁ ରାସ୍ତା ନଥିବ ସେଠାରେ ରାସ୍ତା କରାଯିବ । ୧୦୦ ଜନସଂଖ୍ୟା ଥିବା ରାସ୍ତାକୁ ରାସ୍ତା ସଂଯୋଗୀକରଣ ପାଇଁ ପ୍ରାଥମିକତା ଦିଆଯିବ ।କିଛି ରାସ୍ତାର ପ୍ଲାନ୍ ସଂଶୋଧନ କରାଯିବ । ୪୩୦୦ ଗ୍ରାମକୁ ରାସ୍ତା ନାହିଁ । ଅପହଂଚ ଅଂଚଳରେ ରାସ୍ତା ସଂଯୋଗୀକରଣ ହୋଇପାରିନଥିବା ଗ୍ରାମ ଗୁଡିକୁ ଚିହ୍ନଟ କରାଯିବ । ଏଥିପାଇଁ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରାଯାଇ ଚିହ୍ନଟ କାର୍ଯ୍ୟ ହାତକୁ ନିଆଯିବ । ଏହି ବିଭାଗ ଗୁଡିକ ହେଲା ପଂଚାୟତିରାଜ , ଜଙ୍ଗଲ ଓ ପରିବେଶ , ଅନୁସୂଚିତ ଜାତି ଓ ଜନଜାତି ବିକାଶ ଏବଂ ଜଳସମ୍ପଦ ବିଭାଗ ।
ଅନ୍ୟପକ୍ଷରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର କହିଛନ୍ତି ଯେ ୨୦୨୦ ନୂତନ ବର୍ଷ ଆମ ପାଇଁ ଚ୍ୟାଲେଂଜ ହେବ ଅପହଂଚ ଅଂଚଳର ବିକାଶ କାର୍ଯ୍ୟକୁ ଆଗେଇ ନେବାପାଇଁ । ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା , କୋଟିଆ ଅଂଚଳକୁ ଗୁରୁତ୍ୱ ଦେବା ଉପରେ କାମ କରାଯିବ । ଚାଷୀ ମାନଙ୍କର ଆୟକୁ ଦ୍ୱିଗୁଣିତ କରିବା , କୃଷି ଉପôାଦନ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯିବ ।