
-
କହିଲେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯାଆନ୍ତୁ ସମସ୍ତ ସାଂସଦ
ନୂଆଦିଲ୍ଲୀ– ତିନି ରାଜ୍ୟରେ ବିଜୟ ହାସଲ କରିବା ପରେ ଗୁରୁବାର ଆୟୋଜିତ ଭାରତୀୟ ଜନତା ପାର୍ଟି (ଭାଜପା)ର ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଭାଜପା ସାଂସଦଙ୍କୁ ସମ୍ବୋଧିତ କରିବା ସହ ସେମାନଙ୍କୁ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯିବାକୁ କହିଛନ୍ତି । ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ବାବଦରେ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସମ୍ବୋଧନରେ ୫ ରାଜ୍ୟରେ ଭାଜପାର ନିର୍ବାଚନୀ ପ୍ରଦର୍ଶନ ଉପରେ କହିଥିଲେ । ସେ କହିଥିଲେ ଯେ, ତିନି ରାଜ୍ୟରେ ଭାଜପା ବହୁମତ ସହିତ ସରକାର ଗଠନ କରିଛି । ତେଲେଙ୍ଗାନା ଓ ମିଜୋରାମରେ ଭାଜପାର ସାଂଖ୍ୟିକ ଶକ୍ତି ବଢିଛି । ଯାହାକି ଦଳର ସମସ୍ତ କାର୍ଯ୍ୟକର୍ତାଙ୍କ କଠିନ ପରିଶ୍ରମର ଫଳ ଅଟେ । ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଥିଲେ ଯେ, ଭାଜପା ସଂସଦୀୟ ଦଳ ବୈଠକରେ ବାତ୍ୟା “ମିଗଜୋମ୍ ରେ ପ୍ରଭାବିତ ଲୋକଙ୍କ ପ୍ରତି ସମ୍ବେଦନ ବ୍ୟକ୍ତ କରାଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଡିସେମ୍ବର ୨୨ରୁ ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହେବ ।