ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ବିଶିଷ୍ଟ ପ୍ରକାଶକ ଓ ସଂପାଦକ ସୋନି ମେହେଟ୍ଟାଙ୍କ ବିୟୋଗରେ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଗଭୀର ଶୋକ ବ୍ୟକ୍ତ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି ।
ସ୍ୱର୍ଗତଃ ମେହେଟ୍ଟା ଜଣେ ଦକ୍ଷ ସଂପାଦକ ଭାବେ ବେଶ ଜଣାଶୁଣା ଥିଲେ । ସେ ପୂର୍ବରୁ ଇକ୍ଷଲrରୟ ଇ. କଦ୍ଭକ୍ଟକ୍ଟ୍ରଲ ର ସଭାପତି ଓ ମୁଖ୍ୟ ସଂପାଦକ ଭାବେ କାର୍ଯ୍ୟ କରୁଥିଲେ । ଏଥି ସହ ସେ କଦ୍ଭକ୍ଟକ୍ଟ୍ରଲ ଊକ୍ଟଙ୍କଭକ୍ଷରୟବଚ୍ଚ ଚଙ୍କଭକ୍ଷସଗ୍ଦଷସଦ୍ଭଶ ଏrକ୍ଟଙ୍କକ୍ଟ୍ର ର ଚେୟାରମ୍ୟାନ ଥିଲେ । ସ୍ୱର୍ଗତଃ ମେହେଟ୍ଟା ଆନ୍ତର୍ଜାତିୟ ସ୍ତରରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି । ମୃତୁ୍ୟବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ଶ୍ରୀ ପଣ୍ଡା ଏବଂ ଶ୍ରୀ ନାୟକ ଅତ୍ୟନ୍ତ ମର୍ମାହତ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।