ଭବାନୀପାଟଣା- ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ କଳାହାଣ୍ଡି ଡିଆରଡିଏ ରେ ହେଡ୍ କ୍ଲର୍କ (ମୁଖ୍ୟ କିରାଣୀ) ଭାବେ କାର୍ଯ୍ୟରତ ହରପ୍ରସାଦ ଆଚାରୀଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ଉ ହୋଇଛି ।
ହରପ୍ରସାଦଙ୍କ ଭବାନୀପାଟଣା ରାମନଗରପଡ଼ାସ୍ଥିତ ଘର, ମନ୍ଦାର ବଗିଚା ପଡ଼ାସ୍ଥିତ ପୈତୃକ ବାସଭବନ ଓ ଅଫିସରେ ଏକ ସଙ୍ଗେ ଚଢ଼ଉ କରାଯାଇଛି । କୋରାପୁଟ ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ତିନୋଟି ଟିମ୍ ଏହି ଚଢ଼ଉରେ ସାମିଲ୍ ହୋଇଛନ୍ତି । ଅପରାହ୍ନ ସୁଦ୍ଧା ଚଢ଼ଉ ଜାରୀ ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।