
ଭୁବନେଶ୍ୱର – ନବବର୍ଷରେ ରାତି ୧ ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରଖିବା ନେଇ ସରକାର ନେଇଥିବା ନିଷ୍ପତିର ପ୍ରତିବାଦରେ ଅର୍ଥ ତଥା ଅବକାରୀ ମନ୍ତ୍ରୀ ନିରଂଜନ ପୂଜାରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ଛାତ୍ର କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିଲା । ପୋଲିସ୍ ଆନେ୍ଦାଳନରତ ଛାତ୍ର ମାନଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇଥିଲା । ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହି ନିଷ୍ପତିକୁ ଦୃଢ ନିନ୍ଦା କରିଛନ୍ତି । ରାଜ୍ୟ ସରକାରଙ୍କର ଏହା ଦୋମୁହାଁ ନୀତି । ମଦ ପିଇ ଡ୍ରାଇଭିଂ କଲେ ଜୋରିମାନା ଆଦାୟ ହେବ । ରାଜସ୍ୱ କମିଯାଉଥିବାରୁ ସରକାର ଏଭି ନିଷ୍ପତି ନେତା ଭୁଲ । ଇଏ ସରକାରଙ୍କ କେଉଁ ନୀତି ।