ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚଳିତ ଥର ନବ ବର୍ଷ ପାଳନ କରିବେ ନାହିଁ । ତାଙ୍କ ଭିଣୋଇ ବିଖ୍ୟାତ ପ୍ରକାଶକ ତଥା ସମ୍ପାଦକ ସନି ମେହେଟ୍ଟା ଙ୍କ ପରଲୋକ ଯୋଗୁଁ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଶୋକ ପାଳନ କରୁଛନ୍ତି । ତେଣୁ ଆସନ୍ତା କାଲି ନୂଆବର୍ଷ ଶୁଭେଛା ଜଣାଇବା ପାଇଁ ନବୀନ ନିବାସ ନ ଆସିବା ପାଇଁ ଶୁଭେଛୁ ମାନଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜ୍ୱାଇଁ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ତଥା ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟାଙ୍କ ସ୍ୱାମୀ ସୋନି ମେହେଟ୍ଟାଙ୍କର ମଙ୍ଗଳବାର ପରଲୋକ ହୋଇଯାଇଛି । ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି ।
ଉଲ୍ଲେଖଯୋଗ୍ୟ ପ୍ରତିବର୍ଷ ନବ ବର୍ଷ ଅବସରରେ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅଧିକାରୀ , ପୋଲିସ୍ ଅଧିକାରୀ , ମନ୍ତ୍ରୀ , ବିଧାୟକ. ସାଂସଦ ଓ ଦଳୀୟ କର୍ମୀମାନେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି ।