ଉତ୍ତରକାଶୀ, ଉତ୍ତରକାଶୀ ସିଲକ୍ୟାରା ଟନେଲରେ ଫସିରହିଥିବା 41 ଶ୍ରମିକଙ୍କୁ ସୁରକ୍ଷିତ ଭାବେ ମଙ୍ଗଳବାର ରାତିରେ ବାହାର କରାଯାଇଛି । ଅପରେସନ ସିଲକ୍ୟାରାରେ ଶ୍ରମିକମାନେ ଟନେଲରୁ ବାହାରକୁ ବାହାରି ଖୋଲା ପବନରେ ନିଶ୍ୱାସ ନେବା ପରେ ସାରା ଦେଶବାସୀଙ୍କୁ ଆଶ୍ୱସ୍ତି ମିଳିଥିଲା । 41 ଜଣ ଶ୍ରମିକମାନେ ସୁରକ୍ଷିତ ବାହାରକୁ ବାହାରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଧାମୀଙ୍କୁ ଫୋନ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି ।
ବୁଧବାର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଚିନ୍ୟାଲିସୌଡ ପହଞ୍ଚି ଶ୍ରମିକମାନଙ୍କୁ ଭେଟି ସେମାନଙ୍କର ଭଲମନ୍ଦ ପଚାରି ବୁଝିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଲକ୍ଷେ ଲକ୍ଷେ ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଏମ୍ସରେ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ ପରେ ଶ୍ରମିକଙ୍କ ଘରକୁ ପଠାଇବାକୁ ବ୍ୟବସ୍ଥା କରାଯିବ ।