ଭଦ୍ରକ – ଚାଲନ୍ତୁ ବିଶ୍ରାମ ପାଇଁ ଦିନଟିଏ ସମର୍ପଣ କରିବା ା ହସ, ଲୁହ ଭରା ଦୁନିଆରେ ମଣିଷ ଜୀବନରେ ବିଶ୍ରାମର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ ା ଲୋଭ, ମୋହ ଓ ଭୋଗ ବିଳାସର ଲାଳସାରେ ମଣିଷ ଆଜି ବିଶ୍ରାମରୁ ବôତ ହେଉଛି ା ଅସ୍ଥିର, ଅସୁସ୍ଥ, ମାନସୀକତା ଭୀତରେ ମଣିଷ ଜୀବନ ଏବଂ ସମାଜ ଅସ୍ତବ୍ୟସ୍ତ ହୋଇପଡ଼ିଛି ା ଅନ୍ୟାୟ ଅତ୍ୟାଚାର ମାତ୍ରା ଧିରେ ଧିରେ ବଢିବାରେ ଲାଗିଛି ା ଏ ପରିପ୍ରେକ୍ଷୀରେ “ବିଶ୍ରାମ” ପାଇଁ ଦିନଟିଏ “ଡେଡିକେଟ୍” କରିବାକୁ ଆହ୍ବାନ ଦେଇ ଭଦ୍ରକ ସହରରେ ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ନେତୃତ୍ବରେ ଷଷ୍ଠ ବିଶ୍ବ ବିଶ୍ରାମ ଦିବସ ପାଳିତ ହୋଇଯାଇଛି ା ଉଲ୍ଲେଖନୀୟ ଏହିକି ଶ୍ରୀ ତ୍ରିପାଠୀଙ୍କ ନେତୃତ୍ବରେ ୨୦୧୪ ମସିହା ଠାରୁ ପ୍ରତିବର୍ଷ ଡିସେମ୍ବର ୩୦ ତାରିଖ “ବିଶ୍ବ ବିଶ୍ରାମ ଦିବସ” ରୂପେ ପାଳିତ ହୋଇ ଆସୁଛି ା ଏହା ଗତବର୍ଷ ଇଣ୍ଡିଆ ବୁକ୍ ଅଫ୍ ରେକଡ୍ର୍ସରେ ମଧ୍ଯ ସ୍ଥାନୀତ ହୋଇ ସାରିଛି ା ବିଗତବର୍ଷ ମାନଙ୍କ ପରି ଚଳିତ ବର୍ଷ ଡିସେମ୍ବର ୩୦ ତାରିଖରେ ଏ ଦିବସଟି ରାନ୍ଦିଆସ୍ଥିତ ଡଗମୁଣ୍ଡ କୁଷ୍ଠ କଲୋନୀରେ ନିରାଡ଼ମ୍ବରେ ଭାବେ ପାଳିତ ହୋଇଛି ା ଉକ୍ତ କଲୋନୀ ଅଧିବାସୀ ମାନଙ୍କ ପ୍ରତି ହୋଇଥିବା ସରକାରୀ ଅବହେଳା ଓ ଉଦାସୀନତାକୁ ଚୀର ବିଶ୍ରାମ ଦେବାକୁ ଆହ୍ବାନ ଦେଇ “ବିଶ୍ରାମ” ବନାମ “ଆଳସ୍ୟ” ଉପରେ ଆଲୋକପାତ କରାଯାଇଥିଲା ା ଏଥିରେ ଅନ୍ୟମାନଙ୍କ ମଧ୍ଯରେ ରବି ସିଂ, ପ୍ରଭାତି ସିଂ, ଆଡଭୋକେଟ୍ କିଶୋର କୁମାର ନାୟକ, ସମାଜ ସେବୀ ମନୋଜ କୁମାର ନାୟକ, ତପସ୍ବିନୀ ସିଂ ତଥା ଡଗମୁଣ୍ଡ କଲୋନୀରେ ଅଧିବାସୀବୃନ୍ଦ ସାମିଲ ଥିଲେ ା ଭଦ୍ରକ ଜିଲ୍ଲାରୁ ଏହି ଦିବସର ସୃଷ୍ଟି ହୋଇଥିବାରୁ ବୁଦ୍ଧିଜୀବୀ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ା ଦିବସ ଗାରିମା ଦୃଷ୍ଟିରୁ ଏହାର ପ୍ରଚାର ଓ ପ୍ରସାର ନିମନ୍ତେ ପ୍ରଶାସନକୁ ନିବେଦନ କରାଯାଇଛି ା
Related Stories
December 21, 2024