ଭୁବନେଶ୍ୱର– ପ୍ରଖ୍ୟାତ ଶିଳ୍ପୀ ବିପ୍ରଚରଣ ମହାନ୍ତିଙ୍କ ୯୬ତମ ଜୟନ୍ତୀ ଓଡ଼ିଶା ଲଳିତ କଳା ଏକାଡ଼େମୀ, ଓଡିଆ ଭାଷା, ସାହିତତ୍ତ୍ୱଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏକାଡ଼େମୀ ପରିସରରେ ଶନିବାର ପାଳିତ ହୋଇଯାଇଛି । ଏହି ଅବସରରେ ବରିଷ୍ଠ ଭାସ୍କର୍ଯ୍ୟ ଶିଳ୍ପୀ ତଥା ଖଲିକୋଟ ଚାରୁକଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଜୟନ୍ତ କୁମାର ଦାସ ଓ ବିପ୍ରଚରଣ ମହାନ୍ତିଙ୍କ ଜ୍ୟେଷ୍ଠ ପୁତ୍ର କ୍ୟାପଟେନ ଧୀରେନ୍ଦ୍ର ମହାନ୍ତି ଅତିଥି ରୂପେ ଯୋଗଦେଇ ଶିଳ୍ପୀଙ୍କ କଳାକୃତି ଓ ଜୀବନ ଦର୍ଶନ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଭାସ୍କର୍ଯ୍ୟ ଶିଳ୍ପୀ ବିପ୍ରଚରଣ ମହାନ୍ତିଙ୍କ ଦ୍ୱାରା ନିର୍ମିତ ଶୈଳବାଳା ମହିଳା ମହାବିଦ୍ୟଳୟରେ ସ୍ଥାପନ କରାଯାଇଥିବା ମଧୁବାବୁଙ୍କର ପ୍ରତିମୂର୍ତି ଓଡ଼ିଶାର ପ୍ରଥମ ପୂର୍ଣାବୟବ ପ୍ରତିମୂର୍ତି । ସେ ଓଡ଼ିଶାରେ ବ୍ରୋଂଚ ମୂର୍ତି ନିର୍ମାଣର ଜନକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ତାଙ୍କ ଦ୍ୱାରା ନିର୍ମିତ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତି ସଂସଦ ଭବନରେ ସ୍ଥାପନ ଅବସରରେ ସେ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ । ଏହି ଅବସରରେ ଶିଳ୍ପୀଙ୍କ କନିଷ୍ଠ ପୁତ୍ର ବାଦଲ ମହାନ୍ତି, ଖାଲିକୋଟ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବ୍ରତ କୁମାର ମଲ୍ଲିକ, ଶିଳ୍ପୀ ଅମର ଜେନା, ଅତୋସୀ ବସୁ, ମୀନକେତନ ପଟ୍ଟନାୟକ, ଚନ୍ଦନ କୁମାର ସାମଲ, ସୁଶାନ୍ତ କୁମାର ସିଂସାମନ୍ତ ଏବଂ ଅନେକ ଶିଳ୍ପୀ ଓ ଛାତ୍ରଛାତ୍ରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଭାସ୍କର୍ଯ୍ୟ କଳାର ବିନ୍ଧାଣୀ ବିପ୍ରଚରଣ ମହାନ୍ତିଙ୍କ ଜୀବନୀ ଓ ତାଙ୍କର ନିଖୁଣ ପ୍ରତିମୂର୍ତି ନିର୍ମାଣ ଆଗାମୀ ଯୁବଶିଳ୍ପୀଙ୍କୁ ପ୍ରେରଣା ଯୋଗାଇବ ବୋଲି ଆଲୋଚନାରେ ମତପ୍ରକାଶ ପାଇଥିଲା ।
Related Stories
November 23, 2024