
ଭୁବନେଶ୍ୱର– ଓଡିଶା ରାଜ୍ୟପାଳ ରଘୁବର ଦାସ ଶନିବାର ଭୁବନେଶ୍ୱର ସ୍ଥିତ କିସ୍ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ଯୋଗ ଦେଇଛନ୍ତି । ଏହି ଅବସରରେ ରାଜ୍ୟପାଳ କହିଛନ୍ତି ସାମ୍ପ୍ରତିକ ବିଶ୍ୱରେ ମାନବ ସମ୍ବଳ ହେଉଛି ବଡ ସମ୍ପଦ । ସମୟର ଆହ୍ୱାନ ଓ ଆବଶ୍ୟକତା ଅନୁସାରେ ସମ୍ପଦର ନିର୍ମାଣ ଏକାନ୍ତ ଜରୁରୀ ।ଭାରତ ଜ୍ଞାନର ବିଶ୍ୱ କେନ୍ଦ୍ର ହୋଇଛି । ଏହି ସମୟ, ସ୍ଥିତି ଓ ପରିବେଶର ସୁଯୋଗ ନେବାକୁ ରାଜ୍ୟପାଳ କହିଛନ୍ତି ।