ଭୁବନେଶ୍ୱର,ଆଜି ହେଉଛି ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଜୟନ୍ତୀ । ଏହି ଅବସରରେ ତାଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଇନ୍ଦିରା ଗାନ୍ଧିଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶୁଭେଚ୍ଛା ଜଣାଉଛି । ଆଜିର ଦିନକୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଏ । ଦେଶ ନିର୍ମାଣ, କୃଷି ସଂସ୍କାର ଓ ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ତାଙ୍କର ନୀତି ପାଇଁ ସର୍ବଦା ତାଙ୍କୁ ଦେଶ ମନେ ରଖିବ ।
Related Stories
November 23, 2024