
ଜୟପୁର- ଜୟପୁର ଭଣ୍ଡାରୀ ସଂଘର ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ବାମିଣିଗାଁ ଆମ୍ବ ତୋଟାରେ ଜୟପୁର ଭଣ୍ଡାରୀ ସଂଘର ସଭାପତି ପି. ଗୋପାଳ ରାଓଙ୍କ ନେତୃତ୍ୱରେ ଆୟାଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ବଳନ ପୂର୍ବକ ଏହାର ଉଦଘାଟନ କରିଥିଲେ l ଭିନ୍ନକ୍ଷମ, ଅନାଥ, ଅସହାୟଙ୍କୁ ଆଶ୍ରମକୁ ଯାଇ ମାଗଣାରେ ଦାଢ଼ି ଚୁଟି କାଟିବା ପରି ସଂଘର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ବିଧାୟକ l ଜୟପୁର ଭଣ୍ଡାରୀ ସଂଘର ମଣ୍ତପ ପାଇଁ ଆବଶ୍ୟକ ଟଙ୍କା ଅନୁଦାନ ଦେବାପାଇଁ ଘୋଷଣା କରିଥିଲେ l
ଏହି ଅବସରରେ କୋରାପୁଟ, ନବରଙ୍ଗପୁର, ବୋରିଗୁମ୍ମା, କୁନ୍ଦୁରା, ବୈପାରୀଗୁଡା, କୋଟପାଡ଼ର ଭଣ୍ଡାରୀ ସଂଘର ସଦସ୍ୟ ମାନଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା l ସଂଘ ପକ୍ଷରୁ ଛୋଟ ପିଲା ଓ ମହିଳାଙ୍କୁ ନେଇ ବିଭିନ୍ନ ଖେଳକୁଦ, ଗୀତନାଚ ପ୍ରତିଯୋଗିତା ଅାୟୋଜିତ ହୋଇଥିବା ବେଳେ ସେଥିରେ ବିଜେତା ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l ଅାଗାମି ଦିନରେ ବ୍ଲକ ସ୍ତରୀୟ ବିଭିନ୍ନ ସଂଘକୁ ନେଇ ଜିଲ୍ଲା ସ୍ତରୀୟ ଭଣ୍ଡାରୀ ସଂଘ କରାଯିବ ବୋଲି ଜୟପୁର ଭଣ୍ଡାରୀ ସଂଘ ପକ୍ଷରୁ ସୂଚନା ମିଳିଛି l