
କନ୍ଧମାଳ – ନିକଟରେ ବନବିଭାଗ ପକ୍ଷରୁ ଫୁଲବାଣୀ ଠାରେ ୫ ଦିନ ବ୍ୟାପୀ ହର୍ବାଲ ମେଳା ଆୟୋଜନ କରାଯାଇଥିଲା. ଏଥିରେ ଜିଲ୍ଲା ଓ ଜିଲ୍ଲା ବାହାରର ବହୁ ଅଭିଜ୍ଞ ବଦ୍ୟ ଓ କବିରାଜଙ୍କ ପ୍ରସ୍ତୁତ ଔଷଧ କିଣି ରୋଗମୁକ୍ତ ହେବାଲାଗି ବନବିଭାଗ ସହର ଓ ଆଖପାଖ ଗ୍ରାମ ଗୁଡିକରେ ଭଲ ଅର୍ଥ ଖର୍ଚ୍ଚ କରି ପ୍ରଚାର ପ୍ରସାର କରିଥିଲା. ଏହା ସହ ବ୍ୟାନର, ହୋଡିଂ, ଲିଫଲେଟ୍ସ୍ ମଧ୍ୟ ବାଂଟିଥିଲା ବନବିଭାଗ. ଫଳରେ ଏହା ସରକାରୀ ସ୍ପନସରଡ୍ କାର୍ଯ୍ୟକ୍ରମ ଓ ଔଷଧ ପତ୍ରର ଗୁଣବତା ଥିବା ଭାବି ଲୋକେ ଔଷଧପତ୍ର କିଣିଥିଲେ. ଭାତୁଡି ଲାଗି ଲୋକେ ଷ୍ଟଲରୁ ବହୁସଂଖ୍ୟାରେ ଔଷଧ କିଣି ଲଗାଇବା ପରେ ଭାତୁଡି ଭଲ ହେବା ପରିବର୍ତେ ମୁହଁ ସବୁ ପୋଡିଯାଇଥିବା ଦେଖିବାକୁ ମିଳିଛି. ଫଳରେ ଅସନ୍ତୋଷ ବଢିବାରେ ଲାଗିଛି. ଔଷଧିୟ ଏସିଡ୍ ପରିମାଣ ବହୁମାତ୍ରାରେ ଥିବାରୁ ମୁହଁ ପୋଡି ଯାଇଥିବା କୁହାଯାଉଛି. ସେହିପରି ଚୁଟି ବଢିବାଲାଗି ମଧ୍ୟ ଔଷଧ ବିକ୍ରି ହୋଇଥିଲା. ଚୁଟି ଭଲ ବଢିବ ଓ ଝଡିବନି ବୋଲି ଅନେକ ଲୋକ ଖୁସିରେ କିଣିନେଇ ବ୍ୟବହାର କରିବାପରେ ଚୁଟି କୁଆଡେ ପୂର୍ବାପେକ୍ଷା ଅଧିକାମାତ୍ରାରେ ଝଡି ପଡୁଥିବା କହୁଛନ୍ତି. କେତେକ ଏବେ କ୍ଷତିପୂରଣ ଦାବୀ କରି ବନବିଭାଗ ନାଁରେ ମାମଲା କରିବାଲାଗି ଆଲୋଚନା କରିଲେଣି. ଏଣୁ, ଯେ କୋ ÷ ଣସି ଲୋକ ଆର୍ୟୁବେଦିକ ଚେରମୂଳୀ ଔଷଧ କିଣିବା ଓ ବ୍ୟବହାର ଉପରେ ସଠିକ୍ ତଥ୍ୟ ହାସଲ କରିବା ଆବଶ୍ୟକ. ସେହିପରି ଆୟୋଜକ ମାନେ ମଧ୍ୟ ଔଷଧପତ୍ରର ଯାଂଚ କରିବାସହ ଗୁଣବତା ଅଛି ନା ନାହିଁ କୁପ୍ରଭାବ ଉପରେ ମଧ୍ୟ ଦୃଷ୍ଟିଦେବା ଜରୁରୀ ନଚେତ୍ ଲୋକେ ମେଳାରୁ ଔଷଧ କିଣି ଅର୍ଥ ଶ୍ରାଦ୍ଧ କରିବାସହ ଅସୁବିଧାରେ ପଡିବେ ଏଥିରେ ସନେ୍ଦହ ନାହିଁ. ଏଥିପ୍ରତି ବନବିଭାଗ ଉଚ୍ଚକତୃପକ୍ଷ ଦୃଷ୍ଟି ଦେବା ଜରୁରୀ.