ଭୁବନେଶ୍ୱର – ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସାଂସ୍କୃତିକ ଗତିବିଧି, ରାଷ୍ଟ୍ରୀୟ କଳାମଂଚ ଓଡିଶା ପକ୍ଷରୁ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ନେଇ ଭୁବନେଶ୍ୱରରେ ତିନିଦିନ ଧରି ଚାଲିଥିବା ପ୍ରତିଭା ସଙ୍ଗମ କାର୍ଯ୍ୟକ୍ରମ ଆଜି ଉଦ୍ୟାପିତ ହୋଇଯାଇଛି ।
ପ୍ରଦର୍ଶନୀ ପ୍ରଶିକ୍ଷଣ ସହ ରାଜ୍ୟ ଏବଂ ରାଜ୍ୟ ବାହାରରୁ ଶିକ୍ଷାନୁÂାନରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୃତ୍ୟ, ସଙ୍ଗୀତ, ଅଭିନୟ, ଚିତ୍ରକଳା,ସ୍ୱରଚିତ କବିତା ଆବୃତି,ରଙ୍ଗୋଲି ପ୍ରତିଯୋଗିତା ଅନୁÂିତ ହୋଇଥିଲା । ଆଜି ହୋଇଥିବା ଅଭିନୟ ପ୍ରତିଯୋଗିତାରେ ବିଶିଷ୍ଟ ଚଳଚିତ୍ର ନିଦେ୍ର୍ଧଶକ ଆଶୋକ ପତି, ବିଶିଷ୍ଟ ଚଳଚିତ୍ର ଅଭିନେତା ଜୀବନ ପଣ୍ଡା ଓ ଅଭିନେତା ପ୍ରୀତିରାଜ ଶତପଥି ବିଚାରକ ଭାବେ ଉପସ୍ଥିତ ଥିଲେ । ପ୍ରତିଭା ସଙ୍ଗମ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ କେବଳ ପ୍ରତିଯୋଗିତା କରାଏ ନାହିଁ ବରଂ ଓଡିଶା ତଥା ଜାତୀୟ ସ୍ତରର ସୁନାମଧନ୍ୟ କଳାକାରମାନଙ୍କ ଦ୍ୱାରା ପ୍ରଶିକ୍ଷଣ ପ୍ରତିଯୋଗିତା ଏବଂ ପ୍ରଦର୍ଶନ ମାଧ୍ୟମରେ ଯୁବ ବିଦ୍ୟାର୍ଥୀ କଳାକାର ମାନଙ୍କ ପ୍ରତିଭା ବିକାଶ କରିଥାଏ ।
ଉଦ୍ୟାପନ ଉସôବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡଃ ହରିହର ହୋତା ଯୋଗ ଦେଇ ଭାରତୀୟ କଳା ସଂସ୍କୃତିକୁ ବିଶ୍ୱ ଦରବାରରେ ପ୍ରତିÂା କରିବା ଛାତ୍ରଛାତ୍ରୀଙ୍କ କର୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ । ବିଶିÂ ଅତିଥୀ ଭାବେ ଓଡିଆ ଚଳଚିତ୍ର ଜଗତର ବିଶିଷ୍ଟ ସଙ୍ଗୀତ ନିଦେ୍ର୍ଧଶକ ମନ୍ମଥ ମିଶ୍ର, ବିଶିଷ୍ଟ ବ୍ୟଙ୍ଗ କବି ଜ୍ଞାନ ହୋତା, ବିଶିଷ୍ଟ ଚଳଚିତ୍ର ଅଭିନେତା ସମରେଶ ରାଉତରାୟ, ନୃତ୍ୟ ନିଦେ୍ଧର୍ଶକ ମୃତ୍ୟୁଞ୍ଜୟ ପଣ୍ଡା, ମନୋଜ ମିଶ୍ର, ସବ୍ୟସାଚୀ ମିଶ୍ର, ଜ୍ୟୋତିରଞ୍ଜନ ନାୟକ, ଅଭିନେତ୍ରୀ ପୁଷ୍ପା ପଣ୍ଡା, ଜ୍ୟୋତି ମିଶ୍ର, ହାସ୍ୟ ଅଭିନେତା ହରିହର ମହାପାତ୍ର, ନୃତ୍ୟ ଶିଳ୍ପୀ ପଦ୍ମିନୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ବିଭିନ୍ନ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
Related Stories
November 23, 2024