
କେନ୍ଦ୍ରାପଡା- ଆଖୁଆ ଓଢଙ୍ଗସ୍ଥିତ ଚିତ୍ରୋତ୍ପଳା ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପେଣ୍ଠ ବାଲିକୁଦା ପ୍ରାଥମିକ ବିଦ୍ୟାଳୟ ପରିସରରେ ଚଳିତ ମାସ ୨୧ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ୭ ଦିନିଆ ସ୍ୱତନ୍ତ୍ର ଜାତୀୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରର ଉଦଯାପନୀ ଉତ୍ସବରେ ସାମ୍ବାଦିକ ମାଧବାନନ୍ଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରାର୍ଥୀମାନଙ୍କୁ ସମାଜସେବା ଉପରେ ଉଦବୋଧନ ଦେଇଥିଲେ । ଏହି ଦିବସରେ ଚିତ୍ରୋତ୍ପଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡା. ବଳରାମ ଲେଙ୍କା ଶିକ୍ଷା ଗ୍ରହଣ କରିବା କେବଳ ଅର୍ଥ ରୋଜଗାର କରିବା ନୁହେଁ, ସମାଜର ମଙ୍ଗଳ ପାଇଁ ସାମାଜିକ କାର୍ଯ୍ୟ କରିବା ଆବଶ୍ୟକ । ଜାତୀୟ ସେବା ଶିବିର ସମାଜ ସେବାର ପ୍ରଥମ ପାହାଚ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ ।
ମହାବିଦ୍ୟାଳୟ ଏନଏସଏସ୍ କାର୍ଯ୍ୟନିର୍ବାହୀ ଅଧିକାରୀ ଅଧ୍ୟାପକ ରତ୍ନାକର ପାତ୍ର ଶିବିର ପରିଚାଳନା କରିଥିବାବେଳେ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO