
ବଲାଙ୍ଗିର, ଗତକାଲି ରୁଗୁଡ଼ିପଡା ଦୁର୍ଗା ପୂଜା ମଣ୍ଡପରେ ରୀତୁରଙ୍ଗ ବଙ୍ଗୀୟ ସମାଜର ୩୫ ତମ ଶ୍ୟମା କାଳୀ ପୁଜା ୨୦୨୩ ଅନୁଷ୍ଠିତ ହୋଇଯାଇଛି । ରାତି ୧୧ ଟା ୩୦ ରେ ମହାରାଣୀ ସାଗରରୁ କଳସରେ ଆଡମ୍ବର ସହକାରେ ଜଳ ଆଣି ଘଟସ୍ଥାପନା କରାଯାଇଥିଲା । ରାତି୧୨ ଟା ରୁ ମା କାଳୀଙ୍କ ପୂଜା ଆରମ୍ଭ ହୋଇ ରାତି ତମାମ ଚାଲିଥିଲା। ସକାଳ ୭ ଟା ରେ ପୂର୍ଣ୍ଣାହୁତି ହୋଇଥିଲା। କର୍ତ୍ତା ଭାବରେ ପ୍ରଦୀପ ଦାସ ସପତ୍ନିକ ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପୂଜକ ସମ୍ବଲପୁର କାଳୀବାଡ଼ିର ତାପସ ମିତ୍ର ପୁରୋହିତ ଭାବରେ ପୂଜା କାର୍ଯ୍ୟ ସମାପନ କରିଥିଲେ। ପୂଜା ଆରମ୍ଭରୁ ଶେଷ ପୂର୍ଣ୍ଣାହୁତି ପର୍ଯ୍ୟନ୍ତ ୨୦ ଗୋଟି ବାଙ୍ଗୋଲି ପତି ପତ୍ନୀ ଯୋଡ଼ି ପୂଜାରେ ଉପସ୍ଥିତ ଥିଲେ । ଆଜି ସନ୍ଧ୍ୟାରେ ଧୁନଚି ନାଚ ହେବ। ଆଗାମୀ କାଲି ୧୪ ତାରିଖ ଦିନ ଗୋଟାଏ ବେଳେ ପ୍ରସାଦ ସେବନ। ସନ୍ଧ୍ୟା ୬ ଟା ରେ ମା ବୋରନ ଓ ସିନ୍ଦୂର ଖେଳା ପରେ ସନ୍ଧ୍ୟା ୭ ଟା ରେ ପ୍ରତିମା ନିରଞ୍ଜନ ଆରମ୍ଭ ହେବ। କାଳୀ ପୂଜା ପାଇଁ ସମସ୍ତ ବଙ୍ଗାଳୀ ସମାଜ ଉତ୍ସାହିତ ହୋଇ ଭକ୍ତିଭାବରେ ମା ଙ୍କ ଆବାହନ ପୂଜାରେ ସାମିଲ ହୋଇଥିଲେ। ଆସନ୍ତା କାଲି ମା କାଳୀଙ୍କ ବିସର୍ଜନ ହେବ।