
ଭଞ୍ଜନଗର – ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଷ୍ଟାଡିଅମ ଠାରେ ୫ମ ରାଜ୍ୟ ସ୍ତରୀୟ ଘୁମୁସର ବ୍ୟାଡ ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଗତକାଲି ଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନ ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ମୁଖ୍ୟ ଅତିଥି ଓ ଉପ ଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଛତ୍ରପୁର ଏସ. ଡ଼ି. ପି. ଓ ଉତ୍କଳ କେଶରୀ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ ।ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ପ୍ରତିଷ୍ଠିତ ଖେଳାଳୀ ଅଂଶଗ୍ରହଣ କରିଛନ୍ତି। ଆସନ୍ତା କାଲି କ୍ୱାର୍ଟର ଫାଇନାଲ୍,ସେମି ଫାଇନାଲ୍ ଓ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।ପ୍ରତିଦିନ ଏଠାରେ ସଂଘର୍ଷ ପୂର୍ଣ ଖେଳ ଦେଖିବା ପାଇଁ ବହୁ ଦର୍ଶକଙ୍କ ଭିଡ଼ ଜମୁଛି। ଏହି ଟୁର୍ଣ୍ଣାମେଣ୍ଟରେ ସଭାପତି ଅମର ନାଥ ରଥ, ଉପସଭାପତି ଜିତେନ୍ଦ୍ର ଦୋରା, କାର୍ଯ୍ୟକାରୀ ସଭାପତି କେ. ଈଶ୍ୱର ରାଓ ଆଚାରି, ସମ୍ପାଦକ ମାନସ ରାଉଳ, ଉପଦେଷ୍ଟା ରବି ନାରାୟଣ ରାଉତରାୟ ଓ ଅନ୍ୟମାନଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ହୋଇପାରିଛି ।