ଭୁବନେଶ୍ୱର – ସେସୁର ଘରୋଇକଣ ବିରୋଧରେ ଓଡିଶା ରାଜ୍ୟ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ଇଂଜିନିୟରସ୍ ଏକତା ମଂଚ ପକ୍ଷରୁ ଆସନ୍ତା ୩୦ ତାରିଖରେ ବିଦ୍ୟୁତ୍ ନିୟାମକ ଆୟୋଗ ଘେରାଉ କରାଯିବ । ଏହାସହ ବିଦ୍ୟୁତ୍ ଘରୋଇକରଣ ବିରୁଦ୍ଧରେ ଜାନୁଆରୀ ୮ ତାରିଖରେ ହେବାକୁ ଥିବା ସର୍ବଭାରତୀୟ ଆନେ୍ଦାଳନରେ ମଂଚର ଶ୍ରମିକ , କର୍ମଚାରୀ ଓ ଇଂଜିନିୟର ମାନେ ସାମିଲ ହେବାକୁ ନିଷ୍ପତି ହୋଇଛି । ମଂଚର ସଦସ୍ୟ ଯତୀନ୍ଦ୍ର କୁମାର ରାୟ, ବ୍ରହ୍ମପ୍ରକାଶ ପାଇକରାୟ, ଅକ୍ଷୟ କୁମାର ତ୍ରିପାଠୀ , ଶରତ ଚନ୍ଦ୍ର ପ୍ରଧାନ ପ୍ରମୁଖ ଏହି ସୂଚନା ଦେଇଛନ୍ତି ।
Related Stories
November 23, 2024