ଭୁବନେଶ୍ୱର– ରାଜ୍ୟରେ ଥିବା ସବୁ ସରକାରୀ ମେଡିକାଲରେ ବେଡ୍ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତି ନେଇଛି ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବର୍ତମାନ ଘରୋଇ ଓ ସରକାରୀ ହସ୍ପିଟାଲକୁ ମିଶାଇ ୨୮ ହଜାର ବେଡ୍ ଅଛି । ହସ୍ପିଟାଲ ବେଡ୍ ସଂଖ୍ୟା ୪୫ରୁ ୫୦ ହଜାରକୁ ବଢାଇବାକୁ ଯୋଜନା ରହିଛି ।
ସେହିପରି ସବୁ ପିଏଚସି ଓ ସିଏଚ୍ସିରେ ବେଡ୍ ସଂଖ୍ୟା ମଧ୍ୟ ବଢିବ । ପିଏଚ୍ସିରେ ୨୪ ଘଂଟିଆ ସେବା ପାଇଁ ୬ଟି ଲେଖାଏଁ ବେଡ୍ ରହିବ । ୩୦୬ଟି ନୂଆ ପିଏଚସି ଖୋଲିବାକୁ ଯୋଜନା ରଖିଛି ସ୍ୱାସ୍ଥ୍ୟ ବିଭାଗ । ଏବେ ୧୨୩୬ ଟି ପିଏଚସି ଅଛି । ପ୍ରତି ସିଏଚ୍ସିରେ ୩୦ ଲେଖାଏଁ ବେଡ୍ ରହିବ । ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ୩୦୦ ଲେଖାଏଁ ବେଡ୍ ପାଇଁ କାମ ଚାଲିଛି । ହସ୍ପିଟାଲ ଓ ମେଡିକାଲ କଲେଜ ସହ ଡାକ୍ତର ସଂଖ୍ୟା ମଧ୍ୟ ବଢିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।