ସାନଖେମୁଣ୍ଡି : ପଞ୍ଚାୟତ ସମିତି କାର୍ଯ୍ୟାଳୟ ସାନଖେମୁଣ୍ଡି ଏବଂ ତହସିଲ କାର୍ଯ୍ୟାଳୟ ସୌଜନ୍ୟରୁ ଦୟାନିଧିପୂର ପଞ୍ଚାୟତ ଅନ୍ତର୍ଗତ ନିସ୍ତିପୁର ଗ୍ରାମ କଲ୍ୟାଣ ମଣ୍ଡପଠାରେ ମିଳିତ ଭାବେ ମୋ ଗାଁରେ ତହସିଲ ଓ ମୋ ନିବେଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତ ଶୁକ୍ରବାର ଦିନ ଅୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଶାସନ ପକ୍ଷରୁ ବିଡିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକ ଓ ତହସିଲଦାର ଶ୍ରୀ ଅମିତ କୁମାର ନାୟକ ଉପସ୍ଥିତ ରହି ସାଧରଣ ହିତାଧିକାରୀଙ୍କ ଅଭିଯୋଗ ପତ୍ର ଗ୍ରହଣ କରିବା ସହିତ ଅଭିଯୋଗ ସମ୍ପର୍କୀୟ ବିଷୟ ବସ୍ତୁର ନିରାକରଣର ପ୍ରତିକ୍ରିୟାକୁ ଜନସାଧାରଣରେ ପ୍ରକଟ କରିଥିଲେ। ସରକାରଙ୍କ ଦ୍ୱାରା ପ୍ରଚଳିତ ଯୋଜନାର ସଫଳ ରୂପାୟନ ପାଇଁ ସଠିକ ହିତାଧିକାରୀ ଚୟନକୁ ଗୁରୁତ୍ୱରୋପ କରିବା ସହିତ ତହସିଲ କାର୍ଯ୍ୟଳୟ ସମ୍ପର୍କିତ ଅଭିଯୋଗର ନିରପେକ୍ଷତା ଓ ବିଭାଗୀୟ ଆଇନ କାନୁନ ଉପରେ ସାଧାରଣରେ ତର୍ଜମା କରାଯାଇଥିଲା। କାର୍ଯ୍ୟକ୍ରମରେ ସମିତି ଅଧକ୍ଷା ଶ୍ରୀମତୀ ସଂଗୀତା ବେହେରା ଉପସ୍ଥିତ ରହି ସାଧାରଣ ହିତାଧିକାରୀଙ୍କ ଅଭିଯୋଗ ଉପରେ ଆଲୋଚନା କରିଥିଲେ। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ପ୍ରଶାସନ ପକ୍ଷରୁ ୧୮୩ ଗୋଟି ଅଭିଯୋଗ ଗୃହୀତ ହେଇଥିଲା। ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା ସମ୍ୱନ୍ଧୀୟ -୧୪୫, ଗୁହାଳ ସମ୍ୱନ୍ଧୀୟ-୧୯ ଅଭିଯୋଗ ଗୃହୀତ ହେବ ସହିତ ତହସିଲ ସମ୍ୱନ୍ଧୀୟ -୭୦ ଗୋଟି ଅଭିଯୋଗ ଗୃହୀତ ହୋଇଥିଲା। ସେଥି ମଧ୍ୟରୁ ମୁଟେସନ-୧୦, ଗ୍ରାମ କଣ୍ଠ ପଟ୍ଟା-୧୦, ମିସ ସାର୍ଟିଫିକେଟ ବାବଦକୁ ୨୫ଗୋଟି ଅଭିଯୋଗ ଗୃହୀତ ହୋଇଥିଲା।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Related Stories
November 23, 2024