
ଭୁବନେଶ୍ୱର – କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ନିଜର ବିବାଦୀୟ ମନ୍ତବ୍ୟ ପାଇଁ ପିସିସି ଜରିଆରେ ଏଆଇସିସିକୁ ସ୍ପଷ୍ଟୀକରଣ ଦେଇଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଦିବାସୀ ମହିଳାମାନେ ବାରମ୍ବାର ଦୁଷ୍କର୍ମର ଶୀକାର ହେଉଥିବାରୁ ଏଥିରେ ଧୈର୍ଯ୍ୟଚ୍ୟୁତ ହେବାରୁ ସେ ଏଭଳି ମନ୍ତବ୍ୟ ଦେଇଥିଲେ । ଭବିଷ୍ୟତରେ ଏହାର ପୁନରାବୃତି ହେବ ନାହିଁ । କଂଗ୍ରେସର ଆଦର୍ଶକୁ ସଠିକ୍ ଭାବେ ପାଳନ କରିବେ ବୋଲି ସେ କହିଛନ୍ତି ।
ପ୍ରଦୀପ ମାଝୀଙ୍କ ଏହି ସ୍ପଷ୍ଟୀକରଣ ଉପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି, ପ୍ରଦୀପଙ୍କ ଉତର ପିସିସିର ହସ୍ତଗତ ହୋଇଛି । ଭାବବିହ୍ୱଳ ହୋଇ ସେ ଏଭଳି କହିଥିବା ବେଳେ ଆଗକୁ କଂଗ୍ରେସର ନୀତି ଆଦର୍ଶ ମାନିବେ ବୋଲି ଲେଖିଛନ୍ତି । ପ୍ରଦୀପଙ୍କ ଉତର ଏଆଇସିସିକୁ ପଠାଯିବ ଏବଂ ଏଆଇସିସି କାର୍ଯ୍ୟାନୁÂାନ ଗ୍ରହଣ କରିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ ଗତ ୨୬ ତାରିଖରେ ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ ବେଳେ ଡିଜେଲ୍,ପେଟ୍ରୋଲ ପ୍ରସ୍ତୁତ ରଖିଥାଅ, ନିଦେ୍ର୍ଧଶ ଯିବା ମାତ୍ରେ ନିଆଁ ଲଗାଇ ଦେବ, ପରେ ଯାହାହେବ ଦେଖାଯିବ ବୋଲି କର୍ମୀଙ୍କୁ ମୋବାଇଲରେ ଖୋଲାଖୋଲି ଭାବେ ଉସକାଉଥିଲେ ପ୍ରଦୀପ । ଯାହାର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଥିଲା । ବିଭିନ୍ନ ରାଜନୈତିକ ଦଳ ଏହାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଥିଲେ । ଏହାପରେ ନିଜ ଭାବମୂର୍ତି ଠିକ୍ ରଖିବାକୁ ଏଆଇସିସି ପ୍ରଦୀପ ମାଝୀଙ୍କୁ ପ୍ରଶ୍ନ କରିଥିଲା ।
ଅନ୍ୟପକ୍ଷରେ ଏହି ଘଟଣାରେ ଗତକାଲି ପ୍ରଦୀପ ମାଝୀଙ୍କ ନାଁରେ ଥାନାରେ ଏତଲା ଦିଆଯାଇଥିଲା । ହିଂସା ପାଇଁ ଉସୁକାଇବାକୁ ନେଇ ନବରଙ୍ଗପୁର ଟାଉନ ଥାନାରେ ନିଜ ତରଫରୁ ନବରଙ୍ଗପୁର ପୋଲିସ୍ ପ୍ରଦୀପ ମାଝୀଙ୍କ ସହ ମୋଟ ୧୫ ଜଣଙ୍କ ନାଁରେ ମାମାଲା ରୁଜୁ କରିଥିଲା ।