
ରାୟଗଡ଼ା- ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ାରେ ରାସ୍ତା କାମକୁ ବିରୋଧ କରି ଗତକାଲି ବିଳମ୍ବିତ ରାତିରେ ମାଓବାଦୀ ମାନେ ଲଙ୍କାକାଣ୍ଡ ଘଟାଇଛନ୍ତି । ଜେସିବି ସମେତ ରାସ୍ତା କାମରେ ନିୟୋଜିତ ତିନୋଟି ଗାଡ଼ିକୁ ସେମାନେ ଜାଳି ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଶରଧାପୁରରୁ ଥୁଆପାଡ଼ିକୁ ସଂଯୋଗ କରୁଥିବା ରାସ୍ତା କାମକୁ ବିରୋଧ କରି ମାଓବାଦୀ ମାନେ ଏଭଳି ହିଂସାକାଣ୍ଡ ଘଟାଇଥିବା କୁହାଯାଉଛି । ଗତକାଲି ରାତିରେ ୧୫ ଜଣ ମାଓବାଦୀ ଟିକରପଡ଼ା ଗ୍ରାମ ନିକଟରେ ପହଂଚି ଥିଲେ । ପରେ ସେଠାରେ ରଖାଯାଇଥିବା ଜେସିବି ଓ ଅନ୍ୟାନ୍ୟ ଗାଡି ଗୁଡିକୁ ପୋଡି ଦେଇଥିଲେ । ଗାଡି ଗୁଡିକ ହୁତୁହୁତୁ ହୋଇ ଜଳୁଥିବା ବେଳେ ମାଓବାଦୀ ମାନେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ । ଘଟଣାସ୍ଥଳରେ ତିନୋଟି ପୋଷ୍ଟର ଲଗାଇଛନ୍ତି ମାଓବାଦୀ । ଯେଉଁଥିରେ ରାସ୍ତା କାମ ବନ୍ଦ କରିବାକୁ ସେମାନେ ଚେତାବନୀ ଦେଇଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO