ଅନ୍ଧବିଶ୍ୱାସ ଓ କୁସଂସ୍କାରକୁ ଗାନ୍ଧୀଜୀ ସ୍ୱୀକାର କରୁନଥିଲେ
ଭୁବନେଶ୍ୱର – ଜାତିର ଜନକ ମହାତ୍ମା ଗାନ୍ଧୀ ପ୍ରାଚୀନତାକୁ ସମ୍ମାନ ଜଣାଉଥିଲେ ମଧ୍ୟ ଅନ୍ଧବିଶ୍ୱାସ ଓ କୁସଂସ୍କାରକୁ ସ୍ୱୀକାର କରୁନଥିଲେ ।
ବିଭିନ୍ନତା ଓ ବିବିଧତା ମଧ୍ୟରେ ଏକତା ଭାରତୀୟ ସଂସ୍କୃତିର ମୂଳତତ୍ୱ ବୋଲି ସେ ବିଶ୍ୱାସ କରୁଥିଲେ । ଶିକ୍ଷାରେ ଦେଶୀୟ ଭାଷାର ଉପଯୋଗ କରିବାକୁ ଗାନ୍ଧୀଜୀ ଗୁରୁତ୍ୱ ଦେଉଥିଲେ ବୋଲି ବିଶିଷ୍ଟ ଅଧ୍ୟାପକ, ଐତିହାସିକ ତଥା ସ୍ତମ୍ଭକାର ପ୍ରଫେସର ପ୍ରୀତୀଶ ଆ·ର୍ଯ୍ୟ ମତ ଦେଇଛନ୍ତି ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅ ।ନୁକୂଲ୍ୟରେ ରାଜ୍ୟ ଅଭିଲେଖାଗାର କକ୍ଷରେ ଅନୁÂିତ “ସଂସ୍କୃତି ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଫେସର ଆ·ର୍ଯ୍ୟ “ଭାରତୀୟ ସଂସ୍କୃତି: ଏକ ଗାନ୍ଧୀବାଦୀ ଦୃଷ୍ଟି’ ଶୀର୍ଷକ ପ୍ରସଙ୍ଗରେ ଆଲୋକପାତ କରି ସଂସ୍କୃତିର ସଂଜ୍ଞା ପ୍ରଦାନପୂର୍ବକ ଭାରତୀୟ ସଂସ୍କୃତିକୁ ଗାନ୍ଧୀବାଦୀ ଦୃଷ୍ଟିରୁ ବ୍ୟାଖ୍ୟା କରିଥିଲେ । ସେ କହିଥିଲେ ଯେ ଗାନ୍ଧୀଜୀଙ୍କ ମତରେ ୟୁରୋପୀୟ ସଂସ୍କୃତି ଓ ଭାରତୀୟ ସଂସ୍କୃତି ସଂପୂର୍ଣ୍ଣ ଭିନ୍ନ ହୋଇଥିଲେ ମଧ୍ୟ ୟୁରୋପୀୟ ସଂସ୍କୃତିର ମହତ୍ ଉପାଦାନଗୁଡ଼ିକୁ ଅନୁଧାବନ କରାଯାଇପାରେ । ସେହିପରି ଧର୍ମରେ ରାଷ୍ଟ୍ରର ହସ୍ତକ୍ଷେପ ଗ୍ରହଣଯୋଗ୍ୟ ନୁହେଁ କି ଧର୍ମଶିକ୍ଷା ରାଷ୍ଟ୍ରର ଦାୟିତ୍ୱ ନୁହେଁ ବୋଲି ଗାନ୍ଧୀଜୀ ମତ ଦେଇଥିବା କଥା ଦର୍ଶାଇ ପ୍ରଫେସର ଆ·ର୍ଯ୍ୟ କହିଥିଲେ ଯେ ନୈତିକ ଶିକ୍ଷା ଓ ସାମାଜିକ ଶାନ୍ତି ଗ୍ରହଣଯୋଗ୍ୟ ହୋଇଥିବାବେଳେ ତାହାକୁ ଅଗ୍ରାଧିକାର ଦେବା ରାଷ୍ଟ୍ର ପାଇଁ ହିତକାରକ ବୋଲି ଗାନ୍ଧୀଜୀ ସବୁବେଳେ ବିଶ୍ୱାସ କରୁଥିଲେ । ନାରୀ ସ୍ୱାଧୀନତାକୁ ଗାନ୍ଧୀଜୀ ସଂପୂର୍ଣ୍ଣ ସମର୍ଥନ କରୁଥିଲେ ବୋଲି ପ୍ରଫେସର ଆ·ର୍ଯ୍ୟ କହିଥିଲେ ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ବ୍ୟକ୍ତିତ୍ୱ ଓ କୃତିତ୍ୱ ଉପରେ ଆଲୋଚନା କରିବା ସହିତ ଭାରତୀୟ ସଂସ୍କୃତି ବାବଦରେ ଗାନ୍ଧୀଜୀଙ୍କ ଦୃଷ୍ଟିକୋଣ ନେଇ ବକ୍ତବ୍ୟ ରଖିଥିଲେ । ଅତିରିକ୍ତ ଶାସନ ସଚିବ ତ ଥା ବିଭାଗୀୟ ନ େି ର୍ଦ୍ଧଶକ ଶ୍ରୀ ବିଜୟ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି କାର୍ଯ୍ୟକ୍ରମରେ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ୍ ଅଲ୍ଲୀ ପ୍ରାରମ୍ଭିକ ସୂଚନା ଦେବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
Related Stories
December 22, 2024