ସାନଖେମୁଣ୍ଡି : ରାଜ୍ୟ ସରକାରଙ୍କ ପ୍ରଶାସନିକ ସୁଦୂରପ୍ରସାରି କାର୍ଯ୍ୟକ୍ରମ “ମୋ ସରକାର’ ଏବଂ ସମାଜ ମଙ୍ଗଳ ଓ ସାମାଜିକ ସୁରକ୍ଷା ଜନିତ ଯୋଜନା ଭିତ୍ତିକ କାର୍ଯ୍ୟକ୍ରମର ସଫଳତାକୁ ପ୍ରଶାସନିକ ଆକଳନ ଲକ୍ଷରେ ଥିବା କାର୍ଯ୍ୟକ୍ରମ 5T ପ୍ରଚଳିତ ହୋଇଅଛି। ଏହି ଯୋଜନା ଅନ୍ତର୍ଗତରେ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ସାମିଲ କରି ଚିରାଚରିତ ବ୍ୟବସ୍ତାରେ ସଂସ୍କାର ଆଣିବା ସହ କ୍ରିୟାଶୀଳ କରାଉଥିବା ଜଣାଯାଇଅଛି। ଅନ୍ୟ ଯୋଜନା କ୍ରମରେ ସାମାଜିକ ସଦଭାବ , ସ୍ଥିରତା ଓ ସଂପ୍ରତିକୁ କୃତିଭୂତ କରିବା ସହ ପ୍ରଶାସନ ଓ ସାଧରଣଙ୍କ କ୍ଷେତ୍ରରେ ଥିବା ଭାବଗତ ହରତାକୁ ଅପସାରଣ କରିବା ନେଇ ଅଭିନବ ଯୋଜନା ” ବିକାଶ ମହୋତ୍ସବ”ର ଆୟୋଜନ କରୁଥିବା ଜଣାଯାଇଅଛି। ସରକାରଙ୍କ ଆନୁସଙ୍ଗିକ ଯୋଜନାକୁ ସଫଳ ରୂପାୟନ ପାଇ ଆବଶ୍ୟକୀୟ ଜନ ସମର୍ଥନ ସହ ଯୋଜନା ଧାରଣ ସୃଷ୍ଟି କରିବା ସହିତ ଅଞ୍ଚଳ ଲୋକକଳା, ସଂସ୍କୃତି, ସାହିତ୍ୟ, କୃଷି, ଶିକ୍ଷା କ୍ଷେତ୍ରରେ ପ୍ରଚାର କରି କୃତି ଓ ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତିତ୍ୱଙ୍କୁ ପ୍ରୋତ୍ସାହୀତ କରିବା ଲକ୍ଷ୍ୟରେ ଥିବା ଜଣାଯାଇଅଛି। ଏହି କ୍ରମରେ ବ୍ଲକ ସ୍ତରରେ “ବିକାଶ ମହୋତ୍ସବ” ଆୟୋଜନ ପାଇଁ ସାନଖେମୁଣ୍ଡି ବିଡିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକଙ୍କ ପୌରହିତରେ ଏକ ପ୍ରସ୍ତୁତି ବୈଠକ ସମିତି ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଅଛି। ପଞ୍ଚାୟତ ସମିତି ଜନପ୍ରତିନିଧି, ବିଶିଷ୍ଟ ବ୍ୟକ୍ତିତ୍ବ ତଥା ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଅୟୋଜିତ ଏହି ବୈଠକରେ ଆଲୋଚନା କ୍ରମେ ଅନୁଷ୍ଠିତ ହେବାକୁଥିବା କାର୍ଯ୍ୟକ୍ରମକୁ ” ସାନଖେମୁଣ୍ଡି ବିକାଶ ମହୋତ୍ସବ” ନାମିତ କରାଯାଇ ଆସନ୍ତା ଜାନୁଆରୀ ତୃତୀୟ ସପ୍ତାହରେ କରାଯିବାର ନିଷ୍ପତି ସ୍ଥିର ହୋଇଅଛି। ଏହି କାର୍ଯ୍ୟକ୍ରମକୁ ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଛକ ଠାରେ କରାଯିବାର ଧାର୍ଯ୍ୟ ହୋଇଅଛି। ତିନି ଦିନ ଧରି ଅନୁଷ୍ଠିତ ଏହି ମହୋତ୍ସବର ସୁପରିଚାଳନା ପାଇଁ ଅଭ୍ୟର୍ଥନା କମିଟି କାର୍ଯ୍ୟକାରୀ କମିଟି ଆଦି ଗଠନ କରାଯିବ ପାଇଁ ପରବର୍ତୀ ବୈଠକକୁ ସମୟ ନିଆଯାଇଛି। ଜିଲ୍ଲା ପରିଷଦ ସଭ୍ୟ ଶଙ୍କର୍ଷଣ ସ୍ବାଇଁ, ସରପଞ୍ଚ ଉଷା ନାୟକ, ସନ୍ତୋଷ କୁମାର ବିଷୋୟୀ, ନୀଳମାଧଵ ରାଉତ, କାଳୁଚରଣ ରାଉଳ, ପ୍ରତାପ ପ୍ରଧାନ, ନିରାକାର ପ୍ରଧାନ, ପ୍ରଶାନ୍ତ ସ୍ବାଇଁ, ସହଦେଵ ପ୍ରଧାନ, ପ୍ରଶାନ୍ତ ବାରିକ, ମାଧବ ରାଓ, ସୁଶାନ୍ତ ସ୍ବାଇଁ ପ୍ରମୁଖ ବହୁ ପ୍ରତିନିଧି ବୈଠକରେ ଉପସ୍ଥିତ ରହି ଆଲୋଚନା କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।