ବଲାଙ୍ଗିର, ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଳିଶିରା ପଞ୍ଚାୟତ ଖରାଲି ଗ୍ରାମ ନିକଟସ୍ଥ ରହେଁନଚୁଆଁମୁଣ୍ଡା ତଥା ବ୍ରାହ୍ମଣୀ ପାହାଡ (ସିଦ୍ଧିକ୍ଷେତ୍ର)କୁ ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ତଦାରଖ କରିବା ପାଇଁ ଏକ ରାଜ୍ୟସ୍ତରୀୟ ପ୍ରତିନିଧି ଦଳ ଶନିବାର ପରିଦର୍ଶନ କରିଥିଲେ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ନିମନ୍ତ୍ରିତ ସଦସ୍ୟ ହଂସରାଜ ଜୈନଙ୍କ ସ୍ଵତନ୍ତ୍ର ନିବେଦନ ଅନୁସାରେ ତଥା ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ଅନୁରୋଧ କ୍ରମେ ଏବଂ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସାହାଯ୍ୟ ସହଯୋଗ ତଥା ସ୍ଵତନ୍ତ୍ର ଦୃଷ୍ଟି ହେତୁ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ, ମୁରିବାହାଲ ବ୍ଲକ ଅଧିନସ୍ତ ମାଲିସିରା ଗ୍ରାମ ପଂଚାୟତର ଖରାଲି ଗ୍ରାମ ନିକଟସ୍ଥ ରହେଁନଚୁଆମୁଣ୍ଡା ତଥା ବ୍ରାହ୍ମଣୀ ପାହାଡ଼ (ସିଦ୍ଧି କ୍ଷେତ୍ର)କୁ ଓଡିଶା ରାଜ୍ୟ ପର୍ୟ୍ୟଟନ ବିଭାଗ ତରଫରୁ ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ ପାଇଁ ରାଜ୍ୟସ୍ତରୀୟ ଅଧିକାରୀ ଗଣ ପରିଦର୍ଶନ କରିଥିଲେ । ଏହି କ୍ଷେତ୍ର ପରିଦର୍ଶନ କରିଥିବା ଉଚ୍ଚସ୍ତରୀୟ କମିଟି ମଧ୍ୟରେ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଯୁଗ୍ମ ନିର୍ଦେଶକ ରବୀନ୍ଦ୍ର କୁମାର ଦଳାଇ, ବରିଷ୍ଠ ଆର୍କିଟେକଚର କୁମାରୀ ବର୍ଣ୍ଣିକା ଚଟୋପଧ୍ୟାୟ, ଓଡିଶା ସରକାରଙ୍କ ଚଗଟ ମକ୍ଟଦ୍ଭଗ୍ଦବକ୍ଷଗ୍ଧବଦ୍ଭଗ୍ଧ ଚିରଂଜିତ ଗୁପ୍ତା, ମୁରିବାହାଲ ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲ, ତହସିଲଦାର ଆୟୁବ ମଣ୍ଡଳ, ଏଇଇ ଅବିନାଶ ମୁଦି, ଆରଆଇ ହିମାଂଶୁ ମେହେର, ମାଳିଶିରା ସରପଞ୍ଚ ଦେବରାଜ ପାତ୍ର, ପିଇଓ ଅର୍ଜୁନ ଛୁରା, ରେଞ୍ଜର ନୀଳାନ୍ଦ୍ରୀ ଭୋଇ, ଡ଼ଙ୍ଗାବାଞ୍ଜି ବନପାଳ, ବନ ସୁରକ୍ଷାକର୍ମୀ ଘନଶ୍ୟାମ ପଶାୟତଙ୍କ ସହିତ ଅନେକ ବନ ସୁରକ୍ଷା କର୍ମୀ, ପୂର୍ବତନ ସରପଞ୍ଚ ଡୁଳମଣି ବାଗ, କ୍ଷିତିପତି ମହାକୁର, ଟ୍ରଷ୍ଟି ପୁଲସ୍ତି ବେହେରା, ଦେବେନ୍ଦ୍ର ମେର୍ଲି, ଲଳିତ ମହାନ୍ତି, ଭୁଲା ବେହେରା, ଶେଷଦେବ ପଧାନ, ରାମଚନ୍ଦ୍ର ମାଝୀ, ଦୁର୍ଯ୍ୟୋଧନ ବେହେରା, ରାମୁ ନିଆଲ, ତପନ ଦୀପ, ପିଣ୍ଟୁ ଦୀପ, ପୁର୍ଣ ସେଠ, ଅଗାଧୁ ଧରୁଆ, ପ୍ରକାଶ ସାହୁ, ନେତ୍ର ମେର୍ଲି, ବସ୍ତିଆ ବାବୁ, ଭୋଦେବ ପୁଟେଲଙ୍କ ସହିତ ବହୁ ସ୍ଥାନୀୟ ଅଧିବାସୀ ସାହାଯ୍ୟ ସହଯୋଗ କରିଥିଲେ ।
ଶ୍ରୀ ଜୈନ ଉପସ୍ଥିତ ରହି ସମସ୍ତ ସ୍ଥାନ ପରିଭ୍ରମଣ କରାଇ ସମସ୍ତ ପୁଙ୍ଖାନୁପୁଙ୍ଖ ତଥ୍ୟ ଓଡିଶା ସରକାରଙ୍କ ଅଧିକାରୀମାନଙ୍କୁ ପ୍ରଦାନ କରିଥିଲେ ଏବଂ ଶୀଘ୍ର ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ତ୍ଵରାନ୍ଵିତ କରିବାକୁ ନିବେଦନ କରିଥିଲେ । ଏହା ସହିତ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବନ ବିଭାଗୀୟ ଅଧିକାରୀମାନଙ୍କୁ କ୍ଷେତ୍ରର ଉନ୍ନତି ପାଇଁ ନିଜ ନିଜ ତରଫରୁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ନିବେଦନ କରିଥିଲେ । ସମସ୍ତଙ୍କର ନିବେଦନ ଏହି କ୍ଷେତ୍ରକୁ ସରକାର ପର୍ଯ୍ୟଟନ ସ୍ଥଳୀ ରୂପେ ଘୋଷଣା କରନ୍ତୁ ଏବଂ କ୍ଷେତ୍ରର ବହୁଳ ଉନ୍ନତି କରନ୍ତୁ ବୋଲି ଅନୁରୋଧ ରଖିଥିଲେ ।