କେନ୍ଦ୍ରାପଡା, ଦୁର୍ନିତି ନିବାରଣ ସପ୍ତାହ ପାଳନ କରାଯାଉ ଥିବାବେଳେ ଆୟ ବର୍ହିଭୁତ ସମ୍ପତି ଠୁଳ କରିôବା ଅଭିଯୋଗ ରେ ସାଲେପୁର ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ଅର୍ଜ୍ଜୁନ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଭିଜିଲାନ୍ସ ବିଭାଗର କଟକ ଓ ଭୁବନେଶ୍ୱର ଶାଖାର ଅଧିକାରୀ ମାନେ ଏକକାଳୀନ ୮ଟି ଯାଗାରେ ଚଢାଉ କରିଥିବା ବେଳେ କେବଳ କେନ୍ଦ୍ରାପଡା ଜିଲ୍ଲାରେ ୫ ଯାଗାରେ ଚଢାଉ ହୋଇଥିବା ଜଣାପଡିଛି । ରାୟପୁର ଶଶୁର ଘରେ, ଡେରାବିଶ ବ୍ଲକ ଅଧିନ ସଦାନନ୍ଦପୁର ସ୍ଥିତ ପୈତୃକ ବାସଗୃହ ରେ, ଭୁବନେଶ୍ୱର ଖଣ୍ଡଗିରି ବିହାରରେ ଥିବା ଘରେ, ଟାଉନ ବଳରାମପୁର ସ୍ଥିତ ଭଡାଘରେ, ସାଲେପୁର କାର୍ଯ୍ୟାଳୟରେ ଓ କେନ୍ଦ୍ରାପଡା ରେ ଥିବା ଅନ୍ୟ ସଂପର୍କୀୟ ମାନଙ୍କ ଘରେ ମଧ୍ୟ ଚଢାଉ ହୋଇଥିବା ଜଣାପଡିଛି । ଏହି ଚଢାଉ ସମୟରେ ଏକାଧିକ ବ୍ୟାଙ୍କ ପାସ୍ବୁକ୍, ନଗଦ ଟଙ୍କା ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ସୁନା ରୂପା ଅଳଙ୍କାର ଭିଜିଲାନ୍ସ ବିଭାଗର ହସ୍ତଗତ ହୋଇଥିବା ଜଣାପଡିଛି ।
Related Stories
December 2, 2024